Breaking News

ଗଞ୍ଜେଇ ପରେ ପୁଣି ସକ୍ରିୟ କାଠ ମାଫିଆ, ଟ୍ରକ ସହ ୫୯ଟି କେନ୍ଦୁ ଗଣ୍ଡି ଜବତ, ୨ କାଠ ମାଫିଆ ଗିରଫ 

 

କଣ୍ଟାମାଳ: -୨୨/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ ):ବୌଦ୍ଧ ଜିଲ୍ଲାର ପିଛା ଛାଡୁନାହିଁ ମାଫିଆମାନଙ୍କ କାରନାମା । ଗଞ୍ଜେଇରେ ଶିରୋନାମା ସାଜିଥିବା ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ କେନ୍ଦୁ କାଠ ମାଫିଆ ସକ୍ରିୟ ଥିବା ଦେଖିବାକୁ ମିଳିଛି | ଶୁକ୍ରବାର ଭୋର ସାଢେ ୩ଟାରେ (ଓଆର ୦୩ ଏଫ ୫୯୬୭) ଟ୍ରକ ଯୋଗେ କେନ୍ଦୁ ଗଣ୍ଡି ଚୋରା ଚାଲାଣ ହେଉଥିବା ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ସୂଚନା ଅନୁସାରେ କଣ୍ଟାମାଳ ରେଞ୍ଜ ଅଧିକାରୀ ଜୟକୃଷ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ବନ ବିଭାଗର ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମନମୁଣ୍ଡା-ସିନ୍ଧିଗୋରା ରାଜ୍ୟ ରାଜପଥ ନଂ ୪୧ ର ଘଣ୍ଟାପଡା ଛକ ନିକଟରେ ଏକ ଟାଟା ୧୧୦୯ ଟ୍ରକ ଗାଡିକୁ ତଲାସୀ କରିବାରୁ ବିପୁଳ କେନ୍ଦୁ ଗଣ୍ଡି ଥିବା ଦେଖିବାକୁ ପାଇଥିଲେ | କେନ୍ଦୁ ଗଣ୍ଡି ଚାଲାଣ ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଟ୍ରକ, କେନ୍ଦୁ ଗଣ୍ଡି ସହ ଦୁଇ ମାଫିଆକୁ ଗିରଫ କରିଛି | ତଦନ୍ତ ପରେ ଗାଡ଼ିରେ ଥିବା ୫୯ ଖଣ୍ଡ କେନ୍ଦୁ ଗଣ୍ଡି ସହ ଟ୍ରକକୁ ଜବତ କରିଥିବା ସ୍ଥଳେ ୨ କାଠ ମାଫିଆକୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନବିଭାଗ | | ଗିରଫ ଦୁଇ କାଠ ମାଫିଆ ହେଲେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଠେଙ୍ଗାରାପଦର ଗ୍ରାମର ଘନଶ୍ୟାମ ଦିଶିରୀ (୩୪) ଓ ଜଗମୋହନ ବରିହା (୩୦)| କିଛି ଅସାଧୁ ବନ କର୍ମଚାରୀ ଙ୍କୁ ହାତ କରି କାଠ ମାଫିଆ ଏଭଳି ବେଆଇନ କାର୍ଯ୍ୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା ବେଳେ ଉଭୟ କାଠ ମାଫିଆଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button