ଝଙ୍କଡ଼ରତ୍ନ ଗୋଲେଖ ବିହାରୀ ପାଲେଇଙ୍କ କବିତା ସଂକଳନ “ଏଇ ମୋ ଗାଆଁ ” ଉନ୍ମୋଚିତ !!


ତିର୍ତ୍ତୋଲ ::-ସାହିତ୍ୟ ବିନା ସଂସ୍କୃତି ଅଧୁରା ! ସଂସ୍କୃତି ବିନା ପରମ୍ପରା ଗତ ସଂସ୍କାର ଅଧୁରା ! ସଂସ୍କାର ନଥିଲେ ସମାଜ ଦିଗହରା ହୋଇ ଅପସଂସ୍କୃତି ରେ ବିଲୀନ ହୋଇଯାଏ !ସାହିତ୍ୟକୁ ସମୃଦ୍ଧି କରାଇବାକୁ ଜଗତସିଂହପୁର ଜିଲ୍ଲାରେ ବାଣୀକ୍ଷେତ୍ର ଝଙ୍କଡ଼ ଅଞ୍ଚଳରେ ଗଢିଉଠିଛି ଝଙ୍କଡ ସାହିତ୍ୟ ସଂସଦ ! ସଂସଦର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲେଖ ବିହାରୀ ପଲେଇ ଙ୍କ ନିଜସ୍ୱ ଚିନ୍ତାଚେତନାରୁ ସୃଷ୍ଟି କବିତା ସଂକଳନ “ଏଇ ମୋ ଗାଆଁ “ର ଶୁଭ ଉନ୍ମୋଚନ ସମାରୋହ ଓ କବିତା ଆସର ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି !ତିର୍ତ୍ତୋଲ ବ୍ଲକ ର ଗରାମ ପଞ୍ଚାୟତ ଅଧୀନ ଅଲଣା ଗ୍ରାମର ନେତାଜୀ ସାଂସ୍କୃତିକ ପରିଷଦ ଏବଂ ଶ୍ରୀ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ଙ୍କ ମିଳିତ ଉଦ୍ୟମ ରେ ଆୟୋଜିତ ଏହି ସାହିତ୍ୟ ସଭାରେ ପୂର୍ବାହ୍ନ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା !ଏହି ମଞ୍ଚରେ ସଭାପତିତ୍ୱ କରିଥିଲେ ପୂର୍ବତନ ଶିକ୍ଷକ ନେତା ତଥା ଝଙ୍କଡ଼ ସାହିତ୍ୟ ସଂସଦ ର ଉପଦେଷ୍ଠା ଅକ୍ଷୟ କୁମାର ଦାସ !ମୁଖ୍ୟ ଅତିଥିଭାବେ ନାଗୁ ଚରଣ ଦେବତା ଥିବାବେଳେ ବରଣ୍ୟ ଅତିଥିଭାବେ ଥିଲେ, କବି ହେମନ୍ତ କୁମାର ନାୟକ, ଡଃ. ଆରତୀ ତ୍ରିପାଠୀ, ଡଃ. ବସନ୍ତ ମଞ୍ଜରୀ ଦାସ !କବିତା ସଂଯୋଜନା କରିଥିଲେ ଝଙ୍କଡକନ୍ୟା ସବିତା ନାୟକ ଓ ପ୍ରିୟତମା ସାହୁ !ଦ୍ଵିତୀୟ ଅଧିବେଶନ ରେ କବିତା ସଂକଳନ “ଏଇ ମୋ ଗାଆଁ “ଉନ୍ମୋଚନ କରାଯାଇଥିଲା ! ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ମୁଖ୍ୟ ପ୍ରଫେସର ନାରାୟଣ ପଣ୍ଡା ଥିବା ବେଳେ, ବରଣ୍ୟ ଅତିଥି ଥିଲେ ଆଲୋଚିକା ସାହିତ୍ୟିକା ପ୍ରତିଭା ମହାରଥୀ, ଅଧ୍ୟାପକ ଉମାକାନ୍ତ ନାୟକ, ସାହିତ୍ୟରତ୍ନ ସୁରେନ୍ଦ୍ର ତ୍ରିପାଠୀ, ଗାୟକ ଗୌରବ ରଜନୀକାନ୍ତ ପୃଷ୍ଟି, ଝଙ୍କଡ଼ରତ୍ନ ଗୋଲେଖ ବିହାରୀ ପଲେଇ ଏବଂଅଧ୍ୟାପିକା ଡଃ. ବିଷ୍ନୁପ୍ରିୟା ଦାଶ !ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକୁ ଉଦଘାଟନ କଲାପରେ ଆବାହ ସଂଗୀତ ଗାନ କରିଥିଲେ ସାଈ ଋତୁପର୍ଣ୍ଣା ଏବଂ ଶିଶୁ କଳାକାରଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ! ଅତିଥି ପରିଚୟ ପଣ୍ଡିତ ବାସବ କୁମାର ନନ୍ଦ ଦେଇଥିବା ବେଳେ, ସ୍ୱାଗତ ଭାଷଣ ଦେଇଥିଲେ, ନେତାଜୀ ସାଂସ୍କୃତିକ ପରିଷଦ ର ପ୍ରମୁଖ ନିରଞ୍ଜନ କୁଅଁର !ଏଇ ମୋ ଗାଆଁ କବିତା ପୁସ୍ତକ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ପୁରାତନ ଛାତ୍ର ସଂସଦ ର ପ୍ରମୁଖ ରମାକାନ୍ତ ସାହୁ !ଉକ୍ତ ଅଧିବେଶନ ରେ ସଭାପତିତ୍ୱ କରିଥିଲେ ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ତଥା ସାରଳାଦାସ ସାହିତ୍ୟ ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




