ଝାଡା ବାନ୍ତି ରେ ଯୁବକ ମୃତ୍ୟୁ।


ଛତିଆ -୨୧/୬-(ଇ. ମି. ସ.)=, ବଡ଼ଚଣା ବ୍ଲକ ଅଧୀନ ଚମ୍ପାପୁର ପଂଚାୟତ ଗୋପୀନାଥ ପୁର ଗ୍ରାମର ଶିବପ୍ରସାଦ ଦାସ ଙ୍କ ପୁଅ ଚିନ୍ମୟ କୁମାର ଦାସ (୩୫)ଙ୍କ ର ଝାଡା ବାନ୍ତି ରେ ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ଚିନ୍ମୟ ଝାଡା ବାନ୍ତି ହେବାରୁ ପରିବାର ଲୋକେ ପ୍ରଥମେ ନିକଟସ୍ଥ ଛତିଆ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ, ମାତ୍ର ଗୁରୁତ୍ୱ ଥିବାରୁ ତାଙ୍କୁ ଭୁବନେଶ୍ୱର ହାଇଟେକ ମେଡିକାଲ ନେଇଯାଇଥିଲେ ମାତ୍ର ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶରୀର ଆଣି ଗ୍ରାମରେ ସଂସ୍କାର କରିଛନ୍ତି। ଖବର ପାଇ ବଡ଼ଚଣା ଗୋଷ୍ଠୀ ଉନୟନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀ ମୃତକ ଙ୍କ ଘରେ ପହଞ୍ଚି ସମସ୍ତ ଘଟଣା ଭୁଝିଵା ଶହ, ଶାନ୍ତନା ଦେବାସହ ହରିଶ୍ଚନ୍ଦ୍ର ଯୋଜନା ରେ ଶବସଂସ୍କାର ପାଇଁ ୩ହଜାର ଟଙ୍କା ଦେଇଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ମୃତ ଚିନ୍ମୟ ଜଣେ ଉଚ୍ଚଶିକ୍ଷିତ ପରିବାର କୁ ଶକ୍ତ ଧକ୍କା ଲାଗିଛି, ଦୁଇ ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ବିୟୋଗ ରେ ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ, କୈଳାଶ ରାଉତ, ଦିଲ୍ଲୀପ ରାଉତ, ଉତ୍ତମ ସାମଲ, ନିରଞ୍ଜନ ରାଉତ, ଗଭୀର ଶୋକ ପ୍ରକଟ କରିବା ଶହ ପରିବାର କୁ ସମବେଦନା ଜଣାଇଛନ୍ତି, ଏବଂ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି।




