Breaking News

କଣ୍ଟାମାଳ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କଣ୍ଟାମାଳ: -୨୧/୦୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)ଆଜି ବିଶ୍ଵ ଯୋଗ ଦିବସ। ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ, ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବସନ୍ତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁର୍ବେଦିକ ମେଡ଼ିକାଲ ଅଫିସର ତଥା ଅଭିଜ୍ଞ ଯୋଗ ପ୍ରଶିକ୍ଷକ ଡ଼ାକ୍ତର ପ୍ରମୋଦ କୁମାର ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ l ଅଧ୍ୟକ୍ଷ ଡ଼. ପଟ୍ଟନାୟକ ଉପଢୌକନ ଦେଇ ଯୋଗ ଗୁରୁ ଡାକ୍ତର ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସଂସ୍କୃତ ଅଧ୍ୟାପକ ପୌଲସ୍ତି ପ୍ରଧାନ ସ୍ଵାଗତ ସମ୍ଭାଷଣ ପ୍ରଦାନ ଓ କାର୍ଯ୍ୟକ୍ରମ ଶେଷରେ ଶାନ୍ତିପାଠ କରାଇଥିଲେ l ସମଗ୍ର କାର୍ଯ୍ୟକ୍ରମ କୁ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସମୀର ମେହେର ସଂଯୋଜନା ତଥା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗ ଶିକ୍ଷା କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button