ଡବଲ ଇଞ୍ଜିନ ସରକାରଙ୍କର ବର୍ଷ ଏକ, ଜୁମଲା ଅନେକ


ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ଆଜି ବାରିପଦା ସ୍ଥିତ କର୍ମଚାରୀ ଭବନ ଠାରେ ଜିଲ୍ଲାର ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏକ ଆସନ୍ତୁ ଆମେ ସଚେତନ ହେବା କାର୍ଯ୍ୟକ୍ରମ :-୨ ପାଇଁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା |ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଡବଲ ଇଞ୍ଜିନ ସରକାର ତଥା ଓଡିଶା ରାଜ୍ୟ ସରକାର ର ଏକ ବର୍ଷ ପୂର୍ତ୍ତି ଅବସରେ ବର୍ଷ ଏକ, ଉପଲବ୍ଧି ଅନେକ କାର୍ଯ୍ୟକ୍ରମ କରୁଛନ୍ତି ଏହାକୁ ଜିଲ୍ଲାର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ସଭାପତି ଶ୍ରୀ ଦାସ ଖଣ୍ଡନ କରିଛନ୍ତି | ଶ୍ରୀ ଦାସ ଗଣମାଧ୍ୟମ ଙ୍କୁ କହିଛନ୍ତି ବର୍ଷ ଏକ, ଜୁମଲା ଅନେକ |ଏହା ବାବଦରେ ମଧ୍ୟ ଅନେକ ଟିପ୍ପଣୀ ଦେଇଛନ୍ତି ଜୁମଲା ସରକାରଙ୍କର ଜୁମଲା କାର୍ଯ୍ୟକ୍ରମ କୁ ଘୋର ବିରୋଧ କରିଛନ୍ତି |ଯେଭଳି ଭାବେ ଭାରତୀୟ ଜନତା ପାର୍ଟି ନିର୍ବାଚନ ହେବା ଆଗରୁ ଓଡ଼ିଶା ବାସୀଙ୍କୁ ପ୍ରତିଶୃତି ଦେଇଥିଲା ତାହା ଜୁମଲା ରେ ପରିବର୍ତନ ହେଇଗଲା | ଜୁମଲା ହେଉଛି ୩00 ୟୁନିଟ ବିଜୁଳି ଶୁଳ୍କ ଛାଡ଼ କଥା କହି ସୌର ଘର ଯୋଜନାରେ ଘରେ ସୋଲାର ସିଷ୍ଟମ ଲଗାଇଲେ ୩୦୦ ୟୁନିଟ ବିଜୁଳି ଛାଡ଼ ବୋଲି କହୁଛନ୍ତି, ପ୍ରତେକ ମା ମାନଙ୍କୁ ସୁଭଦ୍ରା ଯୋଜନାରେ ଏକ କାଳୀନ ୫୦୦୦୦/- ଟଙ୍କା ର ଭାଉଚର ଦେବା କଥା କହି ବର୍ଷକୁ ୧୦୦୦୦/-ଟଙ୍କା ଲେଖାଏଁ ଦେଉଛନ୍ତି |ମା ମାନଙ୍କୁ ଦେଲେ ବର୍ଷକୁ ୧୦୦୦୦/- କହୁଛନ୍ତି ଦିଦିଙ୍କୁ ଲକ୍ଷପତି କଲେ, ଭତ୍ତା ରାଶି କୁ ବୃଦ୍ଧି କରିବା କଥା କହି କେବଳ ୮୦ବର୍ଷ ରୁ ଉର୍ଦ୍ଧ ବୟସ୍କଙ୍କୁ ବୃଦ୍ଧି ହେଇଥିବା ଭତ୍ତା ରାଶି ଦେବା କଥା ବର୍ତମାନ କହୁଛନ୍ତି, ସରକାର ଆସିବା ମାତ୍ରେ ୪୮ଘଣ୍ଟା ମଧ୍ୟରେ ଚିଟ ଫଣ୍ଡ ଟଙ୍କା ଫେରସ୍ତ ଦେବା କଥା କହି ଏକ ବର୍ଷ ହେଇ ଗଲା ହେଲେ ଟଙ୍କା ଫେରି ପାଇଲେ ନାହିଁ, ଦାଦନ ଶ୍ରମିକ ହ୍ରାସ କରିବାପ୍ରତିଶୃତି ଦେଇଥିଲେ ମଧ୍ୟ ଦାଦନ ଶ୍ରମିକ ଘରକୁ ଫେରିବା ପରିବର୍ତ୍ତେ ମୃତଦେହ ଫେରୁଛି ଦୁଃଖ ଓ ପରିତାପର ବିଷୟ୨୦୨୩ ମସିହା ଠାରୁ ଜାନୁଆରୀ ୨୦୨୫ ମଧ୍ୟରେ ୨୦୭ ଜଣ ଦାଦନ ଶ୍ରମିକ ଙ୍କର ମୃତ୍ୟୁ ହେଇ ସାରିଲାଣି, ବିଜେପି ର ନେତୃବୃନ୍ଦ କହିଥିଲେ ପ୍ରତେକ ପଞ୍ଚାୟତ ରୁ ୧୦୦ଜଣଙ୍କୁ ଚାକିରୀ ଦିଆଯିବ ହେଲେ ସେମିତି ଆଖି ଦୃଶିୟା ନିଯୁକ୍ତି ଯୋଜନା ଆଣିନାହାନ୍ତି, ସରକାର ଆସିବା ମାତ୍ରେ ହାତୀଉପଦ୍ରଵ କମାଇବା ପାଇଁ ତାର ସ୍ଥାୟୀ ପ୍ରତିକାର କରିବେ ବୋଲି କହି ବର୍ତମାନ ହାତୀଉପଦ୍ରଵ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି ହେଲେ ଗତ ଛଅ ମାସ ମଧ୍ୟରେ ହାତୀ ଉପଦ୍ରଵ ରେ ୩୩ ଜଣ ଙ୍କ ମୃତ୍ୟ ହେଇ ସାରିଲାଣି,ଆଦିବାସୀ, ହରିଜନ ଓ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା କଥା କହି ବିସ୍ଥାପନ ନାମରେ ନାହିଁ ନଥିବା ହଇରାଣ ହରକତ କରୁଛନ୍ତି, ଓଡ଼ିଆ ଅସ୍ମିତା ର ଦ୍ୱାହି ଦେଇ ତାମିଲ ବ୍ୟବସାୟୀ ଙ୍କୁ ହଟାଇବା କଥା କହି ଗୁଜରାଟୀ ବ୍ୟବସାୟୀ ଙ୍କୁ ପ୍ରଶ୍ରୟ ଦେବା, ସରକାର ଆସିବା ମାତ୍ରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଙ୍କର ରତ୍ନ ଭଣ୍ଡାର ଚାବି ଆଣି ସେଥିରେ ଥିବା ଅଳଙ୍କାର ଗୁଡିକର ଗଣତୀ କଥା କହିଲେ କିନ୍ତୁ ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି |
ଗତ ୧୮-୦୬-୨୦୨୫ ରିଖ ରେ ରାଜ୍ୟ ମୁଖିଆ ବାରିପଦା ଗସ୍ତ ରେ ଆସିଥିଲ ଏବଂ ଆଦିବାସୀ ଶକ୍ତି ସମାବେଶ ରେ ଯୋଗ ଦେଇ ମୟୁରଭଞ୍ଜ ବାସୀଙ୍କୁ ଉଦବଧନ ଦେଇଥିଲ | ଏହାକୁ ମଧ୍ୟ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ ପ୍ରଶ୍ନ କରିଥିଲେ ଯେ ଆଦିବାସୀ ଶକ୍ତି ସମାବେଶ ନା ଆଦିବାସୀ ଶକ୍ତି ହ୍ରାସ ସମାବେଶ|
ମୟୁରଭଞ୍ଜ ଏକ ଆଦିବାସୀ ଅଧୁଷିତ ପଞ୍ଚମ ଅନୁସୂଚିତ ଅଞ୍ଚଳ ଅଟେ |ଏଠାରେ ବିନା ଗ୍ରାମ ସଭା ରେ କୌଣସି କାର୍ଯ୍ୟ ହେବାର ନଜିର ନଥିବା ବେଳେ ଏକ ବର୍ଷ ମଧ୍ୟରେ ବହୁତ କାର୍ଯ୍ୟ ରାଜ୍ୟ ସରକାର କହୁଛନ୍ତି, କୁଆପଥର ମାଡ଼ ଆଦିବାସୀ ଅଞ୍ଚଳ ରେ ହୋଇଥିବାରୁ କ୍ଷତିପୂରଣ ରାଶି ୧,୨୦,୦୦୦/-ଟଙ୍କା ଲେଖାଏଁ ଦିୟା ଯାଇଛି |କିନ୍ତୁ ଏହି ପ୍ରାକୃତିକ ବିପର୍ଯୟ ଉପକୂଳ ଅଞ୍ଚଳ ରେ ହୋଇଥିଲେ କ୍ଷତି ପୁରଣ ରାଶି ବହୁଗୁଣା ଅଧିକା ରାଶି ପ୍ରଦାନ କରିଥାନ୍ତେ, ବିସ୍ଥାପନ ନାମରେ ଯୁଗ ଯୁଗ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ନିରୀହ ଆଦିବାସୀ ମାନଙ୍କୁ ପଟ୍ଟା ପ୍ରଦାନ କରିବା ପରିବର୍ତ୍ତେ ସେଠାରୁ ଆଦିବାସୀ ମାନଙ୍କୁ ହଟେଇ ଦିଆଯାଉଛି, ଆଦିବାସୀ ଜମିକୁ ରାଜ୍ୟ ସରକାର ବନ୍ଧକ ରଖିବା ବାହାନା ରେ ବଡ ବଡ଼ କମ୍ପାନୀ ଙ୍କ ହାତ ରେ ଟେକିଦେବା ପାଇଁ ମସୁଧା କରିବା ଆଦିବାସୀଙ୍କ ଶକ୍ତି କୁ ହ୍ରାସ କରିବା ସମାନ ନୁହଁ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ ଏବଂ କହିଲେ ଯେ ଦୁର୍ନୀତି ମୁକ୍ତ ସରକାର ର ପ୍ରତିଶୃତି ଦେଇ ଡବଲ ଇଞ୍ଜିନ ସରକାର କୁ ଆସିଥିବା ବେଳେ ବର୍ଷ ମଧ୍ୟରେ ବିଭିନ୍ନ ବିଭାଗ ଦୁର୍ନୀତିରେ ବୁଡି ରହିବାର ଦେଖା ଯାଉଛି |ଯଥା ଗ୍ରାମ୍ୟ ଉନ୍ନୟନ ବିଭାଗ କାମ ନ କରି ମିଥ୍ୟା ବିଲ କରି ସରକାରୀ ଟଙ୍କା କୁ ଆତ୍ମସାତ କରୁଛନ୍ତି |ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ |
ଆହୁରି ମଧ୍ୟ ଶ୍ରୀ ଦାସ କହିଲେ କେନ୍ଦ୍ର ସରକାର ୧୧ବର୍ଷ ର କାର୍ଯ୍ୟକ୍ରମ ବାବଦରେ -ପ୍ରଥମେ ସାଂସଦ ମାନଙ୍କୁ ଦାୟିତ୍ୱ ଦିୟାଯାଇଥିବା ପୋଷ୍ୟ ଗ୍ରାମ ପଞ୍ଚାୟତ ଯୋଜନା ଗଲା କୁଆଡେ? ପ୍ରଧାନମନ୍ତ୍ରୀ ଙ୍କ ସ୍ବପ୍ନ ର ଯୋଜନା (ଡ୍ରିମ ପ୍ରୋଜେକଟ) ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନା ରେ ୩୦ଗୋଟି ଜିଲ୍ଲା ରେ ୧୦୯୮ ଗ୍ରାମପଞ୍ଚାୟତ ର ୧୩୯୩ ଗ୍ରାମ ରେ ସରକାରୀ ହିସାବରେ ଗ୍ରାମବାସୀମାନେ ଏହାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ, ତତସହିତ ସ୍ମାର୍ଟ ସିଟି ଯୋଜନା, ଗଙ୍ଗାନଦୀ ସଫେଇ ଯୋଜନା, ଟଙ୍କା ବଦଳ ଯୋଜନା କେତେ ସଫଳ ହେଇଛି ଓ ଜନସାଧାରଣ କେତେ ଉପକୃତ ହେଇଛନ୍ତି ସମୟ ହିଁ କହିବ, ସରକାର ଆସିବା ପୂର୍ବରୁ ଭାଜପା ନେତୃତ୍ୱଙ୍କର ମତ ଥିଲା ରାଜ୍ୟରେ ରାଜ୍ୟସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କମାଇଲେ ତେଲ ଦର ଅଧା ହେଇଯିବ କିନ୍ତୁ ବର୍ଷ ପୁରିଲା ଟିକସ ଛାଡ଼ ହେଇ ପାରିଲା ନାହିଁ, ୫ଟି ସ୍କୁଲରେ ରଙ୍ଗ ଦେଇ ପିଏମ ଶ୍ରୀ ବିଦ୍ୟାଳୟ କୁ ମନ୍ତ୍ରୀ ମାନେ ଉଦଘାଟନ କରୁଛନ୍ତି |ପିଏମ ଶ୍ରୀ ଯୋଜନା କୁ ସ୍ୱାଗତ କରୁଛୁ କିନ୍ତୁ ଏଭଳିଆ କାର୍ଯ୍ୟକ୍ରମ କୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧ କରୁଛି |ସର୍ବଶେଷ ରେ ଭାଜପା ସରକାର ରେ ନୂତନ ନୀତି ଦୁର୍ଘଟଣାରେ ଉତ୍ତର ଦାୟୀ କେହିବି ନୁହନ୍ତି | ବାହାନଗା ରେଳ ଦୁର୍ଘଟଣା, ଓ ଅହମଦାବାଦ ରେ ଏୟାର ଇଣ୍ଡିଆ ର ବିମାନ ଦୁର୍ଘଟଣା ଇତ୍ୟାଦି..
ସର୍ବଶେଷ ରେ ଶ୍ରୀ ଦାସ ଦାବୀ ରଖିଥିଲେ ଏବଂ ଦାବୀ ଗୁଡିକ ହେଲା :-One Nation One Education, One death One Compensation -(ବସ ଦୁର୍ଘଟଣା ରେ ମୃତକ ଙ୍କୁ ୨ଲକ୍ଷ ରୁ ୫ଲକ୍ଷ, ରେଳ ଦୁର୍ଘଟଣା ରେ ମୃତକ ଙ୍କୁ ୫ଲକ୍ଷ ରୁ ୧୦ଲକ୍ଷ, ବିମାନ ଦୁର୍ଘଟଣା ରେ ମୃତକ ଙ୍କୁ ୧କୋଟି ଏବଂ ପ୍ରାକୃତିକ ବିପର୍ଯୟ ଦ୍ୱାରା ମୃତକ ଙ୍କୁ ୬ଲକ୍ଷ ଟଙ୍କା )ଏହାର ତାରତମ୍ୟ ଦୂର ହେବା ଦରକାର |
ଓଡିଶା ରେ ଚଳାଇଥିବା ମୋହନ ମାଝୀ ସରକାର କୁ ଘୋର ବିରୋଧ କରିବା ସଙ୍ଗେ କ୍ଷୋଭ ପ୍ରକାଶ କରିଥିଲେ ଶ୍ରୀ ଦାସ | ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ଉପ ସଭାପତି ଶ୍ରୀ ରାଜା ହେମ୍ବ୍ରମ, ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, ରାଜ୍ୟପରିଷଦ ସଭ୍ୟ ଶ୍ରୀ ସନାତନ ମୁର୍ମୁ, କେନ୍ଦ୍ରୀୟ କମିଟି ସଭ୍ୟ ଶ୍ରୀ ଦିବାକର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ |




