Breaking News

ହୁମାନ ରାଇଟ୍ସ ୟା. ଡ଼ି. ସି ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ 

 

ବାରିପଦା,( ନି: ପ୍ର) ଆଜି ତା୨୧/0୬/୨୫ ରିଖ, ହୁମାନ ରାଇଟ୍ସ ୟା. ଡ଼ି. ସି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ମଜୁମଦାରଙ୍କ ନିର୍ଦେଶକ୍ରମେ ଓଡିଶାର ପ୍ରତ୍ୟେକ ଜିଲ୍ଲାର ସଂଗଠନକୁ ମଜବୁତ କରିବା ଉଦେଶ୍ୟରେ ଓଡିଶା ରାଜ୍ୟ ସଭାପତି ତଥା ରାଜ୍ୟ ଇନଚାର୍ଜ ସୁକୁମାର ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ବାଲେଶ୍ୱର ଜିଲ୍ଲାର ହୁମାନ ରାଇଟ୍ସ କାର୍ଯ୍ୟାଳୟରେ ବାଲେଶ୍ୱର ଜିଲ୍ଲାର ସଭାପତି ଶ୍ରୀ ଶ୍ରୀକାନ୍ତ ବୁଗୁଡ଼ାଇଙ୍କ ନେତୃତ୍ୱରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ବୈଠକରେ ଲୋକଙ୍କୁ କିପରି ତାଙ୍କର ଅଧିକାର ବିଷୟରେ ସଚେତନ ହେବେ ସେପାଇଁ ଆମ ସଂଗଠନ କଣ ପଦେକ୍ଷପ ନେବ ଏବଂ ଆଗକୁ ଆହୁରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ଆଲୋଚନା କରାଯାଇଛି ! ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଗୌର ଦାସ ଗିରି ଯୋଗଦାନ କରି ବିଭିନ୍ନ ଆଲୋଚନା କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ହୁମାନ ରାଇଟ୍ସ ୟା. ଡ଼ି. ସି ର ଅନ୍ୟ ସଦସ୍ୟମାନେ ହେଲେ ସୁବାଷ ଚନ୍ଦ୍ର ସୁତାର,ଜୀବନଜୋତି ମହାପାତ୍ର, ବିଦ୍ୟାଧର ମହାନ୍ତି, ଲୋକନାଥ ରାହୁଲ, ଏସ. କେ ଅରଫାନ ଉଦ୍ଦିନ, ଓମପ୍ରକାଶ ସାହୁ, ଭାରତ ଭୂଷଣ ଦାସ, ଅରୂପ କୁମାର ସ୍ୱାଇଁ ଓ ସୁଶାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜ ମତ ପ୍ରକାଶ କରିଥିଲେ l

Related Articles

Back to top button