Breaking News
ଋଣ୍ଡିମହୁଲ ଗ୍ରାମ ପଂଚାୟତ ଠାରେ ବିଶ୍ୱ ଯୋଗ ଦିବସ ପାଳିତ l


କଣ୍ଟାମାଳ : ୨୧/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଗ୍ରାମ ପଂଚାୟତ ଠାରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରଶିକ୍ଷକ ଭାବରେ ରୋହିତ ରଣା ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଶିଖାଇଥିଲେ। ଏହି କାର୍ଯ୍ୟ କ୍ରମରେ ସରପଞ୍ଚ ପଞ୍ଚାନନ ସାହୁ, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଦୀପକ ବାରିକ, ନାଏବ ସରପଞ୍ଚ ସୁକାନ୍ତି ଖଟୁଆ, ଏଡିଇଓ ରଙ୍କନିଧି ଗାଈଗୌରିଆ, ବିଜେପି ଯୁବ ନେତା ସୂର୍ଯ୍ୟ କାନ୍ତ ଖଟୁଆ, ହାଇସ୍କୁଲ ର ସହକାରୀ ଶିକ୍ଷକ ନିରଞ୍ଜନ ସାହୁ, ଭବାନୀ ଶଙ୍କର ବାରିକ, ଅଭିମନ୍ୟୁ ଭୋଇ, ରମେଶ ମହାକୁଡ଼ ଙ୍କ ସମେତ ହାଇସ୍କୁଲ ର ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସୁସ୍ଥ ଓ ଆନନ୍ଦମୟ ଜୀବନ ପାଇଁ ଯୋଗକୁ ଆମ ଦୈନନ୍ଦିନ ଜୀବନ ର ଅଂଶ ଭାବରେ ଗ୍ରହଣ କରିବ ବୋଲି ପ୍ରଶିକ୍ଷକ କାର୍ଯ୍ୟ କ୍ରମରେ ଅବଗତ କରାଇଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




