ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଅଦ୍ୟ ତା ୨୧.୦୬.୨୫ ରିଖ ( ଶନିବାର) ସକାଳ ୬ ଘଂଟିକା ସମୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ I ଯୋଗ ପ୍ରଶିକ୍ଷିକା ଭାବରେ ପ୍ରଜାପିତା ବ୍ରହ୍ମକୁମାରୀ ଯୋଗକେନ୍ଦ୍, କୋଦଳାର ବରିଷ୍ଠ ରାଜଯୋଗ ଶିକ୍ଷୟିତ୍ରୀ ବି କେ ସୁମିତ୍ରା, ତାଙ୍କ ଅନୁଷ୍ଠାନର ସଦସ୍ୟ ଶ୍ରୀଯୁକ୍ତ ବିଜୟ ଭାଇ, ସଞ୍ଜୟ ଭାଇ , ରଶ୍ମିରଂଜନ ଭାଇ, ଦୀନବନ୍ଧୁ ଭାଇ , ମମତା ଭଉଣୀ, ପ୍ରଭାସିନୀ ଭଉଣୀଙ୍କୁ ସାଙ୍ଗରେ ନେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗ ଦେଇ ଥିଲେ I ପ୍ରାର୍ଥନା ଯୋଗର ସହଜ ଅଭ୍ୟାସ କ୍ରିୟା , ପ୍ରାଣାୟାମ , ଧ୍ୟାନ , ସଂଲଗ୍ନ ଶାନ୍ତିମନ୍ତ୍ର , ଶପଥପାଠ, ଶାନ୍ତି ପାଠ ଆଦି ଅଭ୍ୟାସରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣୀତ କରାଇଥିଲେ I ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଦୀପ କୁମାର ପଣ୍ଡା , ହିସାବ ନିରୀକ୍ଷକ ଶ୍ରୀ ସାଗର ଚାନ୍ଦ ପାତ୍ରଙ୍କ ସମେତ ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା I ଜାତୀୟ ସେବା ଯୋଜନା ଅଧିକାରୀ , ରେଡ କ୍ରସ ଅଧିକାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଯାଇ ପରିଶେଷରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ରଞ୍ଜୁବାଳା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ I




