Breaking News

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭବାନୀପାଟଣ:୨୦୨୫ ମସିହାର ଅନୁର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଏକ ପୃଥ‌ିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ହେଉଛି ବିଶ୍ବକୁ ଭାରତର ଅନନ୍ୟ ଅବଦାନ। ପ୍ରତି ବର୍ଷ ଜୁନ୍ ୨୧ ତାରିଖକୁ ଅନୁର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଯୋଗ ଉଭୟ ଶାରୀରିକ ଓ ମାନସିକ ଭାବେ ଶରୀରକୁ ସୁସ୍ଥ ରଖେ। କାହିଁ କେଉଁ କାଳରୁ ଭାରତର ମୁନି ଋଷିମାନେ ଯୋଗ କରି ଆସୁଛନ୍ତି। କିଛି ବର୍ଷ ମଧ୍ୟରେ ଏହାର ପ୍ରଚାର ପ୍ରସାର ମଧ୍ୟ ବଢିଛି। କାରଣ ଏହାର ଅନେକ ଉପାଦେୟତା ଅଛି। ଆଜି ବିଶ୍ବର ୧୩୦୦ଟି ସହରରେ ଯୋଗ ଦିବସ ପାଳନ କରାଯାଉଛି। ୧୫ ଟି ଦେଶର ୧୭ ଜଣ ଯୋଗଗୁରୁ ଏବଂ ଅଭ୍ୟାସକାରୀ ସମଗ୍ର ଭାରତରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅର୍ନ୍ତଜାତୀୟ ଯୋଗ ପାଳିତ ହୋଇଯାଇଅଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସି ଡି ଓ ଦୟାମୟ ପାଢ଼ୀ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପାଢ଼ୀ, ବିଡ଼ିଓ ଭବାନୀପାଟଣା ଚନ୍ଦନ ଭୋଇ, କଳାହାଣ୍ଡି ତହସିଲଦାର ସୁଶ୍ରୀ ମିଶ୍ର, ଏଡିଏମ ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷ୍ୟା ଅଧିକାରୀ ରୂପ ସିଂ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପତଞ୍ଜଳି ଯୋଗ ଗୁରୁ ଅଶୋକ କୁମାର ମୁଣ୍ଡ, ଯୋଗ ଗୁରୁ ଜୟଶ୍ରୀ ସାହୁ,ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଢ଼, ସାଂସଦ ପ୍ରତିନିଧି ଜୟ ଶଙ୍କର ନାଏକ, ସମେତ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ମାନ୍ୟଗଣ ବ୍ୟକ୍ତି ବିଶେଷ ତଥା ବିଭିନ୍ନ ବର୍ଗ ର ଲୋକେ ସାମିଲ ହୋଇଥିଲେ।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button