Breaking News

ମାଟିଆ ଅଙ୍ଗନୱାଡ଼ି କେନ୍ଦ୍ର-୧ ଠାରେ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ପାଳିତ

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଅଧିନସ୍ଥ ଦେଓ ଗାଁ ଗ୍ରାମ ପଞ୍ଚାୟତ ଅଧୀନ ମାଟିଆ ଅଙ୍ଗନୱାଡ଼ି କେନ୍ଦ୍ର ୧ ଠାରେ କେନ୍ଦ୍ରର କର୍ମୀ ତପସ୍ୱିନୀ ନାଏକଙ୍କ ନେତୃତ୍ୱରେ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଯୋଗ ଓ ହାତ ଧୁଆ ଦିବସ ପାଳିତ ହୋଇ ଯାଇଛି ତଥା ଡେଙ୍ଗୁ ମ୍ୟାଲେରିଆ ଠାରୁ କେମିତି ରକ୍ଷା ପାଇବା, ନିୟମିତ ମଶାରୀ ଟାଣି ଶୋଇବା, ନିୟମିତ ଭାବରେ ପାଇଖାନା ବ୍ୟବହାର କରିବା, ପାଇଖାନା ବ୍ୟବହାର ପରେ ସଠିକ୍ ଭାବରେ ହାତ ଧୋଇବା, ଖାଇବା ପୂର୍ବରୁ ହାତ ଧୋଇବା ବିଷୟରେ ଆଲୋଚନା କରିବା ସହ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଈ ଥିଲେ। କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ଶ୍ରୀମତି ହଂଶିନି ପୋଢ଼,ଆଶା କର୍ମୀ ଶ୍ରୀମତି ଇନ୍ଦୁମତି ସୁନାନି, ସି ଆର୍ ପି ପୂର୍ଣ୍ଣମୀ ମାଝୀ ଙ୍କ ସହିତ କେନ୍ଦ୍ରର ଶିଶୁ, କିଶୋରୀ ବାଳିକା ଓ ଗାଁ ର ମହିଳା ମାନେ ଉପସ୍ଥିତ ଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button