“ମାଁ ମାହେଶରୀ ସେନା ତର୍ଫୁଁ ନିଟ୍ ପରିକ୍ଷାନେ କୃତକାରଜ ପିଲାକେ ସମର୍ଧନା ।


କଣ୍ଟାମାଲ: -୧୮/୬/୨୫ ସମର୍ଥ ନିୟୁଜ (ପର୍ଭାତ ସାହୁ)ଆଏଜ୍ ୧୮ ଜୁନ୍ ୨୦୨୫ ବୁଧବାର୍ ଦିନ ମାଁ ମାହେଶରୀ ସେନା ତର୍ଫୁଁ ନିଟ୍ ପରୀକ୍ଷାନେ କୃତକାରଜ ହେଇଥିବାର୍ ବଉଦ ଜିଲା କଣ୍ଟାମାଲ୍ ବଲକ ବରଗୋଛା ପଞ୍ଚାଏତ୍ ନୁନପଙ୍ଗା ଗାଁର୍ ବିନୋଜ କର୍ଣ୍ଣ ଆର୍ ଚମ୍ପାବତି କର୍ଣ୍ଣଙ୍କର୍ ପୁଓ ସୁନିଲ କର୍ଣ୍ଣ ଙ୍କୁ ସମରଧନା ଦିଆଯେଇଥିଲା । ନିଜର୍ ମେହନତ ଲାଗି ପାଇଥିବାର୍ ଇ ସଫଲତା ଆଏଜକା ପିଢିକେ ଉସ୍କାର କେ ଦେବା ।ମାଁ ମାହେଶରୀ ସେନା ର କେନ୍ଦ୍ରୀୟ ସଦସ୍ୟ ମହେନ୍ଦ୍ର ମହାକୁଳ, ବଉଦ ଜିଲା ମୁଖିଆ ଅନିଲ ପଲିଆ, କୋଷାଧକ୍ଷ ନରେନ୍ଦ୍ର କର୍ମୀ,ସୋନପୁର ଜିଲା ମୁଖିଆ ସୁଧାଂସୁ କର୍ଣ୍ଣ,କୋଷାଧକ୍ଷ ସୁନୀଲ ପ୍ରଧାନ ଆରୁ ସଦସ୍ୟ ହରିଶଙ୍କର ମେଣ୍ଡିଲି ସହ ବନେ ସଦସ୍ୟ ଆଇଥିଲେ। ଆରୁ ବାବୁକେ ମାଁ ମାହେଶରୀ ସେନା ତର୍ଫୁ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଦେବାର୍ ସାଁଗେ ସାଁଗେ ମାଁ ମାହେଶରୀ ଠାନେ ତାର୍ ଉଜଳ ଭବିଷତ୍ ଲାଗି ଗୁହେର୍ କରିଛନ।
ଆଜ୍ଞାମାନେ ଏହି ଖବର କୋଶଲ ଭାଷାରେ ଲେଖିବାର ଚେଷ୍ଠା କରିଛି । ଯଦି ଖବରରେ ଭାଷାର କୌଣସି ଭୂଲ ଥାଏ ତାହେଲେ କମେଣ୍ଟରେ ଜଣାଇବେ।
କଣ୍ଟାମାଲୁ ପର୍ଭାତ ସାହୁର ଖବର୍ ସମର୍ଥ ନିୟୁଜ,




