Breaking News

କୁଡୁମୀ ଛାତ୍ର ସେନା ର ବୈଠକ ଗତକଲି ବେତନଟୀ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।

ପ୍ରାୟତ ସବୁ ଜାତିଲୋକଙ୍କ ଇତିହାସ, ସଂସ୍କୃତି, ପରମ୍ପରା ବଞ୍ଚି ରହିଥିବା ବେଳେ,,, କିଛି ଜାତି ଲୋକଙ୍କ ସହିତ ୧୯୫୦ ମସିହାରେ ହୋଇଥିବା ଷଡଯନ୍ତ୍ର ବା ପ୍ରତାରଣାରର ଶିକାର ଆମ କୁଡୁମୀ ଜାତି ସହିତ ମଧ୍ୟ ହୋଇଛି। ସେଥିଲାଗି କୁଡୁମୀ ସେନା ଦୀର୍ଘ ୧୨ ବର୍ଷ ଧରି ଆନ୍ଦୋଳନ କରିଆସୁଛି। ଯେତେଯାଇ ଆମ କୁଡୁମୀ ଜାତି କୁ ଆମ ଅଧିକାର ଫେରସ୍ତ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ,, ଯୁବ ସାଥି ଏହି ଆନ୍ଦୋଳନରେ ଅଧିକ ସାମିଲ ହେବେ ଏବଂ ଆମ ଅଧିକାର,ଆମ ଇତିହାସ, ଆମ ସଂସ୍କୃତି, ଆମ ପରମ୍ପରା ବିଷୟରେ ଅବଗତ ରହିବେ। କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଛାତ୍ର ସେନା କୁ ସମ୍ବୋଧନ କରି ସେମାନଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ,ଶିକ୍ଷା କ୍ଷେତ୍ର ରେ ସମସ୍ତଙ୍କୁ ଆଗକୁ ବଢିବା ପାଇଁ,ଅନ୍ଧବିଶ୍ୱାସରୁ ଦୁରେଇ ରହିବା କୁ ଏବଂ ନିଜର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବ ପାଇଁ କହିଥିଲେ ।ଆଗାମୀ ଦିନରେ ଆନ୍ଦୋଳନ କୁ କିପରି ତୀବ୍ର କରାଯିବ ସେ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଗଲା। ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ ଙ୍କ ସହ ଝାରଖଣ୍ଡ କୁଡୁମୀ ସେନା ର ଅଧ୍ୟକ୍ଷ ଲାଲଟୁ ମହାତ ମଧ୍ୟ ଯୋଗ ଦେଇଥିଲେ। ଏହି ସଭା ଯୁବ ନେତା ମାନଗୋବିନ୍ଦ ମହାନ୍ତଙ୍କ ନେତୃତ୍ୱ ରେ ହେଇଥିଲା ଏଥିରେ କୁଡୁମୀ ସେନାର ବିବେକାନନ୍ଦ ମହାନ୍ତ, ସରୋଜ ମହାନ୍ତ, ମିଃଣ୍ଟୁ ମହାନ୍ତ, ଟୁକୁନ ମହାନ୍ତ, ହିମାଂଶୁ ମହାନ୍ତ, ନୁକୁ ମହାନ୍ତ, ଟିକିଲି ମହାନ୍ତ ଏବଂ କୁଡୁମୀ ଛାତ୍ରସେନାର ଲିପୁନ ମହାନ୍ତ, ରାଜୁ ମହାନ୍ତ, ଅଜୁ ମହାନ୍ତ, ଡେଭିଡ ମହାନ୍ତ, ତପନ ମହାନ୍ତ, କୃଷ୍ଣ ମହାନ୍ତ, ଦୀପକ ମହାନ୍ତ, ବିକାଶ ମହାନ୍ତ, ବିଶ୍ୱଜିତ ମହାନ୍ତ, ତୋଫାନ ମହାନ୍ତ, ମୋହନ ମହାନ୍ତ, ବିଜୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button