Breaking News

ବରଗାଁ ଓ ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା,

କଣ୍ଟାମାଳ :- ୧୯/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପ୍ରଥମେ ବରଗାଁ ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଂକ ୧୧ ବର୍ଷ ଓ ରାଜ୍ୟ ସରକାରଂକ ୧ବର୍ଷ ପୂର୍ତ୍ତି ଅବସରରେ ବାହାରି ଥିବା ବିକାଶ ବାହନ ରଥକୁ ବିପୁଳ ମାତ୍ରା ରେ ଜନସାଧାରଣ ସ୍ବାଗତ କରିଥିଲେ | ବରଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ତ୍ଵାବଧାନରେ ବରଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରଥ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ରଣା, ସମିତି ସଭ୍ୟା ଅଙ୍ଗୁରୀ ତାଣ୍ଡି ,ୱାର୍ଡସଭ୍ୟ ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ,ଏମ୍ବିକେ, ସିଆରପି,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ପୂଜାର୍ଚ୍ଚନା କରି ପାଛୋଟି ନେଇ ଗ୍ରାମ ପରିକ୍ରମା କରିଥିଲେ।ପରେ ପଞ୍ଚାୟତରେ ଏକ ସଭାର ଆୟୋଜନ କରି ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ପ୍ରବୀଣ ବାଣୁଆ ଙ୍କ ନେତୃତ୍ୱରେ ବ୍ଲକ୍ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ଵେତପଦ୍ମା ଯୋଶୀ,ଭାରପ୍ରାପ୍ତ ବିଡ଼ିଓ ତଥା ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ , ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ବିଏସଏସଓ ସୂର୍ଯ୍ୟନାରାୟଣ ଦାସ,ଏପିଓ ସଞ୍ଜିତ ମିଶ୍ର, ଜିପିଡିଓ ଜ୍ଞାନରଞ୍ଜନ ପ୍ରଧାନ, ଏମ୍ଆଇ ପଦ୍ମଲୋଚନ ମାଝୀ, ସିଡିପିଓ ପଙ୍କଜିନୀ ମିଶ୍ର, ଡବ୍ଲୁଇଓ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନହିତକର କାମ ଓ ରାଜ୍ୟସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ଉକ୍ତ ରଥକୁ ନାରାୟଣପ୍ରସାଦ ପଞ୍ଚାୟତରେ ମଧ୍ୟ ପିଇଓ ଭୂଲେଶ୍ଵର ନାଗଙ୍କ ତତ୍ତ୍ଵାବଧାନରେ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା ଜନକ ବାଘ, ୱାର୍ଡ଼ ସଭ୍ୟସଭ୍ୟା , ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ରହି ବିକାଶ ବାହନ ରଥକୁ ବିପୁଳ ସମାଗମରେ ସ୍ୱାଗତ କରି ଗ୍ରାମ୍ୟ ପରିକ୍ରମା କରାଇ ଶେଷରେ ପଞ୍ଚାୟତ ପରିସରରେ ଏକ ସଭାକାର୍ଯ୍ୟ କରାଯାଇଥିଲା।ବରଗାଁ ଭଳି ନାରାୟଣପ୍ରସାଦରେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଲଘୁଚାପ ଜନିତ ଲଗାଣ ଝିପିଝିପି ବର୍ଷା ସତ୍ତ୍ୱେ ଦୁଇ ପଞ୍ଚାୟତର କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟରେ ନିଜ ନିଜ ପଞ୍ଚାୟତର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button