ଜଗତସିଂହପୁର ଜିଲ୍ଲା କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ସମାବେଶ !!

ଜଗତସିଂହପୁର ::-ରାଜ୍ୟ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନରେ ପ୍ରତ୍ୟେକ ଜିଲ୍ଲାରେ ସମ୍ବିଧାନ ବଞ୍ଚାଅ ସମାବେଶ ଆୟୋଜିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ତାର ବଡ ପ୍ରଭାବ ! ଜିଲ୍ଲା ସଭାପତି ନଟବର ବାରିକ ଙ୍କ ତତ୍ୱାବଧାନରେ ଜିଲ୍ଲାର ପ୍ରତି ବ୍ଲକ ଓ ନିର୍ବାଚନ କ୍ଷେତ୍ରର ପ୍ରତିନିଧି ମାନେ ଏହି ସମାବେଶ ରେ ଯୋଗଦେଇ ଥିଲେ !ଏହି ଉପଲକ୍ଷେ ଆଦିକବି ସାରଳାଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ସଭାରେ ନଟବର ବାରିକ ସଭାପତିତ୍ୱ କରିଥିବା ବେଳେ,ପିସିସି ଉପସଭାପତି ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଯୋଗଦେଇ ସମ୍ବିଧାନ ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତବ୍ୟ ପ୍ରଦାନ କରିଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ କୁମାର ସାହୁ,ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଡଃ. ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ସଂସଦ ରଞ୍ଜୀବ ବିଶ୍ୱାଳ,ପିସିସି ସାଧାରଣ ସମ୍ପାଦକ ୟାଶିର ନୱାଜ,ବାଲିକୁଦା ଏରସମା ନିର୍ବାଚନ କ୍ଷେତ୍ରର କଂଗ୍ରେସ ନେତା ଇଂ. ନଳିନୀ କୁମାର ସ୍ୱାଇଁ,ତିର୍ତ୍ତୋଲ ନିର୍ବାଚନ କ୍ଷେତ୍ରର ବିପ୍ଲବୀ କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ,ପାରାଦ୍ୱୀପ ନିର୍ବାଚନ କ୍ଷେତ୍ରର କଂଗ୍ରେସ ନେତା ନିରଞ୍ଜନ ନାୟକ,
ଜଗତସିଂହପୁର କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ, ଜଗତସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା,ପିସିସି ସଭ୍ୟ ଦେବପ୍ରସାଦ ନାୟକ, ଆଇନଜୀବି ଶୁଶାନ୍ତ କୁମାର କାନୁନଗୋ,ପୂର୍ବତନ ପିସିସି ସମ୍ପାଦକ ଅଜୟ ସାହୁ,ମହମ୍ମଦ ଇମଦାଦ,ପୂର୍ବତନ ପିସିସି ମୁଖପାତ୍ର ବିରେନ ଦଳାଇ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କେଦାର ଦଳାଇ,ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୁଲିଆ ସଙ୍ଘ ର ଜିଲ୍ଲା ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି,ମାନସ ରଥ, ବିକ୍ରମ ପରିଡା,ବଲ୍ଲଭା ନନ୍ଦ ସ୍ୱାଇଁ,ପ୍ରଶାନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ସର୍ବେଶ୍ୱର ପଣ୍ଡା,ଇମତିଆଜ ଅହମ୍ମଦ ଖାଁ, ରବୀନ୍ଦ୍ର ମଲ୍ଲିକ, ମୁରଲୀଧର ସେଠୀ, ସତ୍ୟଜିତ ରାଉତରାୟ, ଚିନ୍ମୟ ସ୍ୱାଇଁ,ରୂପଶ୍ରୀ ରାଗିଣୀ ସ୍ୱାଇଁ, ସମୀର ଖୁଣ୍ଟିଆ,ରବୀନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




