Breaking News

ସରସରା ନିକଟ ବୌଦ୍ଧ ଷ୍ଟେସନ ଠାରେ ରେଳ ଶୁଭାରମ୍ଭ ଅବସରରେ ସାଧାରଣ ସଭା, ଯୋଗଦେଲେ ବିଧାୟକ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) 
ସରସରା ଠାରେ ବୌଦ୍ଧ ଏବଂ ପୁରୁଣାକଟକକୁ ଟ୍ରେନ ସେବାର ଉଦଘାଟନ ଏବଂ ରାଷ୍ଟ୍ରକୁ ସମର୍ପଣ ଏବଂ ରେଳ ଯାତ୍ରାର ଶୁଭାରମ୍ଭକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଉପଲକ୍ଷେ ଏକ ସଭାର ଆୟୋଜନ ସରସରା ନିକଟ ବୌଦ୍ଧ ଷ୍ଟେସନ ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲାପାଳ ବୌଦ୍ଧ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ, ବୌଦ୍ଧ ରାହୁଲ କୁମାର ଗୋଏ ଲ, ସମ୍ବଲପୁର ର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ l ଉକ୍ତ ଅବସରରେ ରେଳ ଯୋଗାଯୋଗ ପାଇଁ ବିଭିନ୍ନ ସମୟରେ ଦାବି କରି ଆସିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l

Related Articles

Back to top button