Breaking News

ଡାଇରିଆ ନିରାକରଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

କଳାହାଣ୍ଡି ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାସ୍ତରୀୟ ଡାଇରିଆ ନିରାକରଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସମୀକ୍ଷା ବୈଠକରେ ଅଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ତହସିଲଦାର, ବି.ଡି.ଓ., ସହରାଞ୍ଚଳ ନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଜିଲ୍ଲାର ସହରାଞ୍ଚଳ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ, କେସିଙ୍ଗା ତଥା ବ୍ଲକ ସ୍ତରରେ ଥିବା ସମସ୍ତ ନାଳ ନର୍ଦ୍ଧମା, ଅଳିଆ ଆବର୍ଜନା, ପାଣିଜମି ରହୁଥିବା ସ୍ଥାନ ଇତ୍ୟାଦି କୁ ସଫାସୁତୁରା କରାଇ ଆବଶ୍ୟକ ଫିନାଇଲ, ବ୍ଲିଚିଙ୍ଗ ପକାଇ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ସ୍ତରରେ ବି.ଡି.ଓ., ତହସିଲଦାର, ମେଡ଼ିକାଲ ଅଫିସର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି.ଡି.ପି.ଓ. ଙ୍କୁ ନେଇ ଏକ କମିଟି ଗଠନ କରି ସ୍ଵଚ୍ଛତା ଓ ଡାଇରିଆ ନିରାକରଣର ସଚେତନତା ବାର୍ତ୍ତା ଗ୍ରାମପଞ୍ଚାୟତ ରୁ ଗାଁ ପର୍ଯ୍ୟନ୍ତ ଘରକୁ ଘର ବୁଲି ଅଙ୍ଗନବାଡି , ଆଶା କର୍ମୀମାନେ ଲୋକଙ୍କୁ ଡାଇରିଆ ନିରାକରଣ ନିମନ୍ତେ ଆବଶ୍ୟକ ସତର୍କତା ଓ ସଚେତନତାର ବାର୍ତ୍ତା ଦେବାପାଇଁ ଏବଂ ବି.ଡି.ଓ., ତହସିଲଦାର ଏହାର ତଦାରଖ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସ୍ଵାସ୍ଥ୍ୟ ସଚେତନତା ଡାଇରିଆ ନିରାକରଣ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟକରିବା, ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ଦୋକାନ,ବଜାର,ହୋଟେଲ ରେ ଉପଲବ୍ଧ ଖାଦ୍ୟର ଗୁଣବତ୍ତା ରେଗୁଲାର ଚେକ କରିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ହଷ୍ଟେଲ ପରିବେଶ ସଫାସୁତୁରା ରଖିବା, ଛାତ୍ରଛାତ୍ରୀଙ୍କୁ ଡାଇରିଆ ନିରାକରଣ ନିମନ୍ତେ ସଚେତନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ପ୍ରୋବେଶନାରୀ ଆଇ.ଏ.ଏସ. ଅନିମେଷ ପ୍ରଧାନ, ପି ଡି, ଡିଆରଡିଏ,ମୁନିନ୍ଦ୍ରା ହୋନନାଗା, ଉପଜିଲ୍ଲାପାଳ, ପ୍ରଭାତ କୁମାର ପରିଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ରାକେଶ କୁମାର ସାହୁ,ଜିଲ୍ଲା ସାମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଆଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବି.ଡି.ଓ., ତହସିଲଦାର ଏହି ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button