ମୁସଲିମ୍ ଡ୍ରାଇଭର ଭାଇଙ୍କ ବଦାନ୍ୟତା,


+++++++++++++++++++++++ତିର୍ତ୍ତୋଲ ::- ଜଗତସିଂହପୁର ର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପାଇକାକୁଳ ତାଙ୍କର ଘର ! ପେସାରେ ଡ୍ରାଇଭର !ନିଶାରେ ସଚ୍ଚା ଓ ନିର୍ଲୋଭ ମଣିଷ !ନାମ ସେଖ ସାବିର ଅଲ୍ଲୀ, ଯିଏ କି ଓଡିଶା ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ରହିଛନ୍ତି !କୌଣସି କାର୍ଯ୍ୟରେ ହାଇଟେକ ହସ୍ପିଟାଲ ଯାଇଥିବା ଅବସରରେ ନଖରାସ୍ଥିତ ଏଚ.ଡି.ଏଫ.ସି. ଏଟିଏମ୍ ରୁ ଟଙ୍କା ବାହାର କରିବାକୁ ଯାଇଥିବା ବେଳେ କେଉଁ ଏକ ଅଜଣା ବ୍ୟକ୍ତିଙ୍କର ମନିପର୍ସ ରଖାଯାଇଥିବା ଦେଖି ବ୍ୟାଙ୍କ କର୍ମଚାରୀ ଙ୍କ ଜିମା ଦେଇ ମହାନତାର ପରିଚୟ ଦେଇଛନ୍ତି !ଏପରି ସଚ୍ଚୋଟ ଭଦ୍ରବ୍ୟକ୍ତି ଙ୍କୁ ଲକ୍ଷେ ସାଲ୍ୟୁଟ ଯେକି ଆଜିର ତାରିଖରେ ଧନ ପ୍ରତି ଲୋଭ ନରଖି ବ୍ୟାଙ୍କ କର୍ମଚାରୀ ଙ୍କ ଜିମା ଦେଉଛନ୍ତି ! ଅପରପକ୍ଷେ କେତେକ ହୀନ ମନବୃତ୍ତି ର ମଣିଷ ସଂଖ୍ୟାଲଘୁ ମୁସଲିମ୍ ମାନଙ୍କୁ ଅସାମାଜିକ ସଂଗଠନ ସହିତ ଯୋଡି କୂଶ୍ଚିତ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି !ସେଖ ସାବିର ଅଲ୍ଲୀଙ୍କୁ ପାଇକାକୁଳ ର ଗର୍ବ ବୋଲି ବହୁ ବ୍ୟକ୍ତି ସୁଭେତ୍ସା ଜଣାଇଛନ୍ତି !!
ତିର୍ତୋଲ ରୁ ସେଖ ସନାୱର ଅଲ୍ଲୀ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




