Breaking News

ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ସ୍ବରାଜ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ର ଶୁଭା ଆରମ୍ଭ

ଥୁଅଆମୁଳ ରାମପୁର–:- ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି, ପଶ୍ଚିମବଙ୍ଗର ସାଲବୋନିର ଭାରତୀୟ ରିଜର୍ଭ ବ୍ଯାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ଼, ଉଦାର ସହଯୋଗରେ ଦୂରଦୂରାନ୍ତ ବିଭିନ୍ନ ଆଦିବାସୀ ଗ୍ରାମ ଗୁଡିକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ଅତ୍ୟାଧୁନିକ ମୋବାଇଲ୍ ମେଡିକାଲ୍ ୟୁନିଟ୍ (MMU) ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ସ୍ଥିତ ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାରେ ଶୁଭ ଉଦଘାଟନ ବା ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡିର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) ଡକ୍ଟର ନିହାରେନ୍ଦ୍ର ପଣ୍ଡା ସାମିଲ ହୋଇ ତାଙ୍କ କରକମାଳରେ ଫିତାକାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ଏହି ଉତ୍ସବ ସମାରୋହରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡକ୍ଟର ସୁପ୍ରିୟା ପଟ୍ଟନାୟକ, ଭାଇସ୍ ଚାନ୍ସେଲର, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର, ସରପଞ୍ଚ ବାସନ୍ତୀ ଝୋଡିଆ, ସମିତି ବଳଦେବ ଗୌଡ, ମୋହନ ପଟେଲ, ଅନତା ଝୋଡିଆ, ଚୈତନ୍ୟ ହରିଜନ, ଚିତ୍ର ଝୋଡିଆ, ତୈଲୋକ ଝୋଡିଆ, ସୁଦାମ ନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ, ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଓ ପ୍ରତିନିଧିବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l ଡକ୍ଟର ସୁପ୍ରିୟା ନିଜର ଅଭିଭାଷଣରେ ଏପରି ଦୁର୍ଗମ ଅଞ୍ଚଳରେ ପ୍ରଦାନ କରାଯାଉଥିବା ସେବା ଗୋଷ୍ଠୀ ସ୍ୱାସ୍ଥ୍ୟର ଉନ୍ନତିରେ ସହାୟକ ହେବ ବୋଲି ତାଙ୍କ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ଏହି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ଟି ନୂତନ ଭାବରେ ଆରମ୍ଭ ହୋଇଥିବା MMU ପୋଡାପଦର, ପାଡେପଦର, ମାଳିଗାଁ, ତଲନାଗି ଏବଂ ମହୁଲପାଟଣା ପଞ୍ଚାୟତର ୪୦ ରୁ ଅଧିକ ଦୂରବର୍ତ୍ତୀ ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି ବୋଲି ସ୍ୱାସ୍ଥ୍ୟ ସ୍ବରାଜ ପକ୍ଷରୁ ସୂଚନା ଦିଆଯିବା ସହ ଏହି ଅଞ୍ଚଳର ସବୁଠାରୁ ଅନୁନ୍ନତ ଜନସଂଖ୍ୟାର ୧୦୦ ରୁ ଅଧିକ ଗ୍ରାମର ଲୋକଙ୍କୁ ଏହି ସେବା ଲାଭ ପହଞ୍ଚାଇ ପାରିବ । ଏପର୍ଯ୍ୟନ୍ତ ଏହି ଆଭ୍ୟନ୍ତରୀଣ ଅଞ୍ଚଳର ବାସିନ୍ଦା ମାନଙ୍କୁ ମୌଳିକ ଚିକିତ୍ସା ପାଇଁ ନବରଙ୍ଗପୁର କିମ୍ବା ରାୟଗଡ଼ାର ଜିଲ୍ଲା ଡାକ୍ତରଖାନା ଗୁଡ଼ିକୁ ଦୀର୍ଘ ଦୂର ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ । ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ବର୍ତ୍ତମାନ କାର୍ଯ୍ୟକ୍ଷମ ହେବା ସହିତ, ଅତ୍ୟାବଶ୍ୟକ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଶିକ୍ଷା ସେବା ଲୋକଙ୍କ ଦ୍ୱାରରେ ପହଞ୍ଚିବ। ଏହା ଆଦିବାସୀ ପରିବାର ଉପରେଥିବା ସ୍ୱାସ୍ଥ୍ୟ ଏବଂ ଆର୍ଥିକ ବୋଝ ଉଭୟକୁ ହ୍ରାସ କରିବ ବୋଲି ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟିର ପ୍ରତିଷ୍ଠାତା ସଚିବ ଡକ୍ଟର ଜେମ୍ମା ଜୋସେଫ ଏଡାସେରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଏହି ପଦକ୍ଷେପର ପ୍ରାସଙ୍ଗିକତା ଏବଂ ପ୍ରଭାବକୁ ପ୍ରଶଂସା କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button