ବଡ଼ସାହି ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ଟେବୁଲ ଟପ ଅଭ୍ୟାସ କାର୍ଯ୍ୟକ୍ରମ

ତା – ୧୮-୦୬-୨୫ ବଡ଼ସାହି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଗୋଷ୍ଠିଗତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଲୋଚନା ଚକ୍ର ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିପିଡିଓ ଅବିନାଶ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ବଡ଼ସାହି ତହସିଲଦାର କରୁଣାକର ଧିନ୍ଦl କାର୍ଯ୍ୟକ୍ରମ ଟିକୁ ଅଧ୍ୟକ୍ଷତା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ପ୍ରଶାସନିକ ସେବା ର ତାଲିମ ନେଉଥିବା ପ୍ରିତିଶ ଭୋଳ, ଶ୍ୱେତlଶ୍ରୀ ମହାପାତ୍ର, ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ୱାଳ, ଶିବାନନ୍ଦ କlର୍ମୀ, ଏବିଓ ରାଧିଆ ଚରଣ ମାର୍ଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ଲକ୍ଷ୍ୟରଖି ଲୋକଙ୍କର ଧନଜୀବନ ସୁରକ୍ଷିତ ରହିବା ସହିତ ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖି ବିଭିନ୍ନ ସେବାକୁ ଜରୁରୀ କାଳୀନ ପରିସ୍ଥିତିରେ ମୁକାବିଲା କରାଯିବା ନିମନ୍ତେ ପୁଙ୍କାନୂପୁଙ୍ଖ ଆଲୋଚନା କରାଯାଇ ପରାମର୍ଶ ଓ ସୂଚନା ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଓ ଶlଳଗାଁ, କୁଚୁଳାଖୁଣ୍ଟା, ଦୁର୍ଗାପୁର ପଞ୍ଚାୟତ ର ସରପଞ୍ଚ, ଶେଲଟର ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଆସନ୍ତା କାଲି ତା – ୧୯-୦୬-୨୫ ରିଖରେ ସକାଳ 8 ଟାରେ ଶlଳଗାଁ, ବାଗୁଲି, ରଙ୍ଗପାଣି ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ତହସିଲଦାର ସୂଚନା ପ୍ରଦାନ କରିଥିଲେ । ସର୍ବଶେଷରେ ନୋଡାଲ ଏନଜିଓ ‘ସଂକଳ୍ପ’ ର ପ୍ରଦୀପ କୁମାର ଦାସମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




