Breaking News

ପୁରୁଣାକଟକ ରେଞ୍ଜ ପକ୍ଷରୁ ଚାରା ବଣ୍ଟନ….. ..

 

ହରଭଙ୍ଗା :18/06.ରାଜ୍ୟ ରେ ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଐତିହାସିକ ଜନ କଲ୍ୟାଣ କାରି ସରକାରୀ ଯୋଜନା ନେଇ ପ୍ରତି ପଂଚାୟତ ରେ ସରକାରୀ ଅଧିକାରୀ ପହଂଚି ସରକାର ଙ୍କ ଲୋକାଭିମୁଖୀ ଯୋଜନା, ସହାଭାଗିତା ଓ କାର୍ଯ୍ୟକାରିତା ଉପରେ ସଚେତନତା ବିକାଶ ବାହାନ ରଥ ପହଂଚି ସଚେତନତା କରିବା ମୋହନ ସରକାର ଙ୍କ ନିର୍ଦେଶ ରେ 12ତାରିଖ ଠାରୁ ଚାଲୁ ରହିଥିବା ବେଳେ ଆଜି ଷଷ୍ଠ ଦିନରେ ରାମଗଡ଼ ଗ୍ରାମ ପଂଚାୟତ ରେ ସଚେତନତା ରଥ ପହଂଚି ସଚେତନତା କରାଇଥିଲା l ଏହି ଅବସରରେ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ପକ୍ଷରୁ ଏ ସି ଏଫ ତଥା ପୁରୁଣାକଟକ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ତତ୍ଵାବଧାନରେ ରାମଗଡ ପଂଚାୟତ କାର୍ଯ୍ୟାଳୟ ଠାରେ ଜନ ସାଧାରଣ ଙ୍କୁ ସୁସ୍ଥ 2ବର୍ଷର ଚାରା ବଣ୍ଟନ କରାଯାଇଥିଲା l ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ ଉକ୍ତ ଚାରା ବଣ୍ଟନ ର ଶୁଭାରମ୍ଭ କରିଥିବା ବେଳେ ରେଞ୍ଜ ପକ୍ଷରୁ ବନପାଳ ସୁଶାନ୍ତ କୁମାର ସାହୁ, ବନରକ୍ଷୀ ମହେଶ ମାଝୀ ଉପସ୍ଥିତ ରହି ହିତାଧିକାରୀ ଓ ଜନ ସାଧାରଣ ଙ୍କୁ ଚାରା ବଣ୍ଟନ କରିଥିଲେ l ସମୁଦାୟ 450 ଟି ଆମ୍ବ, ଜାମୁ, ପଣସ, ଆତ, ଅଅଁଳା, ଆଦି ଫଳ ଚାରା ରାମଗଡ ଓ ଧଳପୁର ପଂଚାୟତ ରେ 450ଜଣ ଙ୍କୁ ବଣ୍ଟନ କରାଯାଇ ଏହାର ସୁରକ୍ଷା ଓ ଗଛ ର ଉପକାରିତା ଏବଂ ମାନବ ସମାଜ ସହିତ ଯିବ ଜଗତ, ଜଳ ବାୟୁ ପରିବର୍ତନ ରେ ଗଛ ର ଆବଶ୍ୟକତା ଉପରେ ରେଞ୍ଜ ଅଧିକାରୀ ଜନ ସାଧାରଣ ଙ୍କୁ ମତ ରଖିଥିଲେ l

Related Articles

Back to top button