Breaking News

ବଡ଼ଚଣା ଅଞ୍ଚଳ ପାଇଁ ଗୌରବ ଆଣିଲେ ଅଭିଷେକ ପଣ୍ଡା

ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ନିଟ୍-ୟୁଜି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୧୯ ରୀଙ୍କ ରଖି ଏବେ ଦେଶର ଯେକୌଣସି ବି ସରକାରୀ ମେଡ଼ିକାଲ କଲେଜରେ ଡାକ୍ତରୀ ପଢ଼ିବାକୁ ନିଜର ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ୨୦ ବର୍ଷୀୟ ଅଭିଷେକ ପଣ୍ଡା । ଗୃହିଣୀ ଭାନୁ ପ୍ରଜ୍ଞା ପଣ୍ଡା ଏବଂ ମହାବିନାୟକ ମନ୍ଦିରର ପୂଜକ ରତ୍ନାକର ପଣ୍ଡାଙ୍କ ଏକମାତ୍ର ପୁତ୍ର ଅଭିଷେକ ନିଜର ତୃତୀୟ ଉଦ୍ୟମରେ ହିଁ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ରହି ଆସିଥିବା ବେଳେ ସେ ଏହି ପରୀକ୍ଷାରେ ମୋଟ ୭୨୦ ନମ୍ବରରୁ ୬୩୧ ନମ୍ବର ରଖି କୃତକାର୍ଯ୍ୟ ହୋଇ ପାରିଛନ୍ତି । ଅଭିଷେକ ଙ୍କ ଏହି ସଫଳତା ବଡ଼ଚଣା ଅଞ୍ଚଳବାସୀଙ୍କ ପାଇଁ ବେଶ ଗୌରବ ଆଣିଥିବାରୁ ଏବେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ଅଭିଷେକ ଙ୍କୁ ଛତିଆ ପ୍ରେସ କ୍ଲବ୍ ର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଏକ ଉଜ୍ଜଳ ଭବିଷ୍ୟତ ନିମନ୍ତେ ପ୍ରଭୁ ମହାବିନାୟକ ଙ୍କ ନିକଟରେ ପ୍ରାର୍ଥନା କରା ଯାଇଛି।ବଡ଼ଚଣା ରୁ କାର୍ତ୍ତିକ ରାଉତ ଙ୍କ ରିପୋର୍ଟ,

Related Articles

Back to top button