Breaking News

ମହାବୀର ସେବା ପରିଷଦ ଆନୁକୂଲ୍ୟରେ ଧୂମଧାମରେ ପାଳିତ ହେଲା ରଜଉତ୍ସବ !!

କୁଜଙ୍ଗ ::- ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ଦେଓକୁରି ଗ୍ରାମରେ ରଜ ଉତ୍ସବ ପାଳିତ ହୋଇ ଯାଇଛି !ଦେଓକୁରି, ବାଲିସାହି, କପିଳେଶ୍ଵର ଗ୍ରାମକୁ ନେଇ ଗଢିଉଠିଥିବା ମହାବୀର ସେବା ପରିଷଦ ଉକ୍ତ ରଜ ଉତ୍ସବ କୁ ସଂଯୋଜନା କରିଥିବା ବେଳେ, କିଶୋର କିଶୋରୀ ବାଳକ ବାଳିକା ମାନଙ୍କ ମଧ୍ୟରେ ଗୀତ ନୃତ୍ୟ ଖେଳ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା !ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଅରୁଣ ସ୍ୱାଇଁ !ଆମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ପ୍ରତାପ ନାୟକ, ପ୍ରମୋଦ ଦାସ,ଆଲୋକ ନାୟକ ଏବଂ ହୃଷିକେଶ ସାହୁ !ତ୍ରୀଦିବସି୍ୟ ରଜ ଉତ୍ସବ ରେ ସକ୍ରିୟ ସହଯୋଗ କରିଥିଲେ ମହାବୀର ସେବା ପରିଷଦର ସମସ୍ତ ସଦସ୍ୟ !ମଞ୍ଚସଜ୍ଜା ଓ ସାଉଣ୍ଡ ରେ କୁମାର ଅବିନାଶ ଓ ଲାଇଟ ମ୍ୟାନ ଚିପୁନା ବାବୁ ଥିବାବେଳେ ଉପସ୍ଥାପକ ଥିଲେ ହୃଷିକେଶ ଓଝା !ରଜ ଉତ୍ସବକୁ ସଫଳ କରାଇଥିବା ଅଞ୍ଚଳବାସୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନ ର ସମ୍ପାଦକ ଭିକାରୀ ସାହୁ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button