ସଚେତନତାଧର୍ମୀ ବିକାଶ ବାହାନ ପରିଭ୍ରମଣ…


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ରାଜ୍ୟରେ ଭାଜପା ସରକାର ଗଠନ ର ଏକ ବର୍ଷ ପୂର୍ତ୍ତି ଅବସରରେ ଜନ କଲ୍ୟାଣକାରୀ ସରକାରୀ ଯୋଜନା ର କାର୍ଯ୍ୟକାରିତା ଓ ହିତାଧିକାରୀ ଙ୍କ ସହଯୋଗ ଏବଂ ଭାଗିଦାରୀତା ନେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କିତ ବିକାଶ ବାହାନ ପରିଭ୍ରମଣ ରଥ ଆଜି ହରଭଙ୍ଗା ବ୍ଲକ ର ପିତାମ୍ବର ପୁର ପଂଚାୟତ ରେ ପହଂଚି ସଚେତନତା କରିଛି l ଏହି ବାହାନ ଗତ 12ତାରିଖ ରେ ଶୁଭାରମ୍ଭ ହୋଇ ବ୍ଲକ ର ବିଭିନ୍ନ ପଂଚାୟତ ରେ ପହଂଚି ସରକାରୀ ଯୋଜନା ଓ ସଚେତନତା କରିଥିଲା l ଆଜିର କାର୍ଯ୍ୟକ୍ରମ ରେ ଅତିଥିଭାବେ ସି ଡି ଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବିଡ଼ିଓ ବିଡ଼ିଓ ଶରତ କୁମାର ସେଠି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ସ୍ଥାନୀୟ ସରପଞ୍ଚ ଅଜିତ ବାରିକ ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ସରକାରୀ ଯୋଜନା ଉପରେ ଏବଂ ନୂତନ ସରକାର ଙ୍କ ଏକ ବର୍ଷ ପୂର୍ତ୍ତ ର ବିକାଶ ମୂଳକ ଯୋଜନା ଉପରେ ଜନ ସାଧାରଣ ଙ୍କୁ ନିଜ ନିଜ ମତ ରଖୀଥିଲେ l ସେପଟେ ଉପସ୍ଥିତ ଥିବା ବହୁ ହିତାଧିକାରୀଙ୍କୁ ଭତ୍ତା, ଅନ୍ତର୍ଦ୍ୱୟ ଗୃହ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ, ଶ୍ରମ କାର୍ଡ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଥିବା ପଂଚାୟତ ର ନାରୀ ଶକ୍ତି, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠି, ଜନ ସାଧାରଣ ଉପସ୍ଥିତ ଥିଲେ l ଅନ୍ୟ ପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା l ସେପଟେ ତିଲେଶ୍ୱର ସେବାସମବାୟ ସମିତି ପକ୍ଷରୁ ସମ୍ପାଦକ ଶୁଭ୍ରଜିତ ପ୍ରଧାନ ଙ୍କ ନେତୃତ୍ୱ ରେ ବିକାଶ ବାହାନ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ତିଲେଶ୍ୱର ପଂଚାୟତ କାର୍ଯ୍ୟାଳୟ ବିକାଶ ବାହାନ ସଚେତନତା କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ଆସନ୍ତା 22ତାରିଖ ପର୍ଯ୍ୟନ୍ତ ବ୍ଲକ ର 22ଗୋଟି ପଂଚାୟତ ରେ ସଚେତନତା କରାଯିବ ନେଇ ବିଡ଼ିଓ ଶରତ କୁମାର ସେଠି ସୂଚନା ଦେଇଛନ୍ତି l




