Breaking News

ଦପଲା ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା,

କଣ୍ଟାମାଳ :- ୧୭/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଂକ ୧୧ ବର୍ଷ ଓ ରାଜ୍ୟ ସରକାରଂକ ୧ବର୍ଷ ପୂର୍ତ୍ତି ଅବସରରେ ବାହାରି ଥିବା ବିକାଶ ବାହନ ରଥକୁ ବିପୁଳ ମାତ୍ରା ରେ ଜନସାଧାରଣ ସ୍ବାଗତ କରିଥିଲେ | ଦପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରଥ ପହଞ୍ଚିବା ପରେ ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ବ୍ଲକ୍ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ରଥକୁ ପାଛୋଟି ନେଇଥିଲେ | ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଶିବିର ଖୋଲାଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଦପଲା ପ୍ୟାକ୍ସ କାର୍ଯ୍ୟାଳୟ ଠାରେ ଅତିଥିଗଣଙ୍କ ଦ୍ବାରା କିଶାନ କ୍ରେଡିଟ କାର୍ଡ ବଣ୍ଟନ କରା ଯାଇଥିଲା l ଉକ୍ତ ଅବସରରେ ନିଶା ନିବାରଣ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ମଧ୍ଯ କରା ଯାଇଥିଲା l କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଓବହୁ ଜନସାଧାରଣ ସାମିଲ୍ ହୋଇଥିଲେ |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button