Breaking News

ଅନ୍ଧାରି ଜୀବନ ବିତାଉଛନ୍ତି ଜାମ୍‌ଚୁଆଁ ଗ୍ରାମବାସି

କଳାହାଣ୍ଡି ଜିଲ୍ଲା ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପାନ୍ତବାସୀ। ପିଇବା ପାଇଁ ବିଶୁଦ୍ଧ ଜଳ ତ ଦୂରର କଥା ନାଳ ପାଣି ଉପରେ ନିର୍ଭର କରୁଛନ୍ତି। ରାତିରେ ଅନ୍ଧାରି ଜୀବନ ବିତାଉଛନ୍ତି। ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଜାମ୍‌ଚୁଆଁ ଗାଁ। ଏଠାରେ ୧୫ରୁ ଅଧିକ ପରିବାରରେ ଶହେରୁ ଅଧିକ ଲୋକେ ବସବାସ କରୁଛନ୍ତି। ହେଲେ ଦୁଃଖର ବିଷୟ ଏଠାରେ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନି ମୌଳିକ ସୁବିଧା ସୁଯୋଗ। ଗାଁରେ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ ନାଳପାଣି ଆଣି ବ୍ୟବହାର କରୁଛନ୍ତି। ବିଦ୍ୟୁତ ସେବା ତ ନକହିବା ଭଲ। ଲାଇଟ ଦେଖୁବା ଯେପରି ଏମାନଙ୍କ ପାଇଁ ସାତସପନ ପାଲଟିଛି। ରାତିହେଲେ ଭଗବାନ ଭରସାରେ ରହୁଛନ୍ତି। ହିଂସ୍ର ଜନ୍ତୁଙ୍କ ଭୟ ଲାଗି ରହିଛି। ଖାଲି ଏତିକି ନୁହେଁ ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ କୋମଳମତି ପିଲା ୨କିଲୋମିଟର ପାହାଡି ଅଙ୍କାବଙ୍କା ଘାଟି ଜଙ୍ଗଲ ରାସ୍ତାଦେଇ ବାନ୍‌ଗାଁ ଅଙ୍ଗନବାଡି କେନ୍ଦ୍ର ଓ ୩ କିଲୋମିଟର୍ ଦୂର ଭଟାଜରିକୁ ପାଠପଢିବାକୁ ଯାଉଛନ୍ତି। ତେଣୁ ପରିବାର ଲୋକେ ପିଲାଙ୍କୁ ଆଉ ପାଠପଢିବାକୁ ବି ଛାଡୁ ନାହାନ୍ତି। ଗାଁରେ ଥ‌ିବା ବିଜୁଳି ସମସ୍ୟାର ସମାଧାନ ପାଇଁ ବ୍ଳକ ପ୍ରଶାସନଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ନିକଟକୁ ଦୌଡିଦୌଡି ନୟାନ୍ତ ହେଲେଣି ଲୋକେ। ହେଲେ ଖାଲି ପ୍ରତିଶ୍ରୁତି ମିଳିଥିବା ବେଳେ ଫଳଶୂନ। ଏଣୁ ଅତିଶୀଘ୍ର ଗାଁକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଚନ୍ଦ୍ର ମାଝି, ସାନ୍ଦ୍ର ମାଝି, ଭିମ ମାଝି, ପଦ୍ମା ମାଝି, ସରସ୍ଵତୀ ମାଝି ସମେତ ଗ୍ରାମବାସୀ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button