ଛତିଆ ରଜ ମୋହତ୍ସବ ଉଦଯାପିତ।


ଛତିଆ (ଆ ପ୍ର)୧୬/୬
ଛତିଆ ଜାଗୁଳାଇ ପଡିଆ ଠାରେ ଆୟୋଜିତ ୧୨ତମ ବାର୍ଷିକ ରଜ ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟିମ ବଡ଼ଚଣା ର ଅଦକ୍ଷ ଯୁବ ସମାଜସେବୀ ଆଦିତ୍ୟ ପ୍ରସାଦ ଶତପଥୀ ଯୋଗଦେଇ ଅନୁଷ୍ଠାନ ର କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇ ଓଡିଶା ର ଗଣ ପର୍ବ ରଜ କୁ ଏପରି ଭାବରେ ପାଳନ କରିବା ଏକ ମୂଲ୍ୟବାନ ପ୍ରଥା ଅଟେ ଏଥି ସହ ଏଥିରେ ଭାଗ ନେଇଥିବା କୁନି କୁନି ପିଲାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଅମରେଶ ନନ୍ଦ, ବିପିନି ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ଲକି ସେନାପତି,ଅମିନ ନାୟକ ମୃତୁଞ୍ଜୟ ସେଣ୍ଡ ବିଶ୍ୱଜିତ ବିଶ୍ୱାଳ,ଓ ଅକାତ ଆକବର ପ୍ରମୁଖ ଯୋଗଦେଇ କର୍ମକର୍ତ୍ତା ଓ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାଯ୍ୟକ୍ରମ କୁ ଅନୁଷ୍ଠାନ ର ସଦସ୍ୟ ରମାକାନ୍ତ ପତି, କୁଶ ମଲିକ, ନବକିଶୋର ମଲିକ, ଗୌର ମଲିକ, ଟୁଲୁ ମଲିକ, ସନାତନ ମଲିକ, ସିଲୁ ମଲିକ, ଧୋନି ମଲିକ ଆଦି ସହଯୋଗ କରିଥିଲେ। ନୃତ୍ୟ ଗୁରୁ ଆଦିତ୍ୟ ସାମନ୍ତରାୟ ଛୋଟ ଛୋଟ ପିଲା ଙ୍କ ର ନୃତ୍ୟ ଗୀତ ପରିଚାଳନା କରିଥିଲେ। ଅନୁଷ୍ଠାନ ର ସଭାପତି ଶରତ ଚନ୍ଦ୍ର ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ପବିତ୍ର ମଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




