Breaking News

ଘୁଲୁଘୁଲାପଦର ମୌଜା ରୁ ଗ୍ରାମବାସୀ ଙ୍କ ଅଜାଣତରେ ପ୍ରାୟ ୬୦ ଏକର ଜମି କମ୍ପାନୀ ହାତକୁ ଟେକିଦେବା ପରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଗ୍ରାମର ମହିଳା

କଣ୍ଟାମାଳ: – ୧୬/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ତହସିଲ ପରା ରାଜସ୍ୱ ସର୍କଲ ଘୁଲୁଘୁଲାପଦର ମୌଜା ରୁ ଗ୍ରାମବାସୀ ଙ୍କ ଅଜାଣତରେ ୫୯.୬୦.ଏକର ପତିତ କିସମ ର ଜମିକୁ ସରକାର ପରିଚାଳନା ନିର୍ଦ୍ଦେଶକ ଓଡିଶା ଶିଳ୍ପ ଭିତ୍ତି ଭୂମି ଉନ୍ନୟନ ନିଗମ ଭୁବନେଶ୍ୱର ଙ୍କ ନାମରେ କରିନେବା ପରେ ସୋମବାର ଜିଲ୍ଲାପାଳ ଙ୍କ କଣ୍ଟାମାଳ ବ୍ଲକ ସ୍ତରୀୟ ଅଭିଯୋଗ ଜନଶୁଣାଣୀ ଶିବିରରେ ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ କରି ତାଙ୍କ ଗ୍ରାମର ଜମିକୁ ଆଉ କାହାରିକୁ ନଦେବା ପାଇଁ ଲିଖିତ ଭାବରେ ଜଣାଇଛନ୍ତି |ମହିଳା ଙ୍କ ଅଭିଯୋଗ ଅନୁସାରେ ଘୁଲୁଘୁଲାପଦର ମୌଜା ରୁ ପୂର୍ବରୁ ସରକାର ଉଦ୍ୟାନ ବିଭାଗ କୁ ୫ଏକର, ବିଦ୍ୟୁତ ବିଭାଗ, ମହିଳା ମହାବିଦ୍ୟାଳୟ ପଲଶାଗୋରା କୁ ଜମି ଦେଇଥିବା ବେଳେ ଆଉ ଯାହା ବଳକା ଥିଲା ସେତକ ବି ସରକାର ଶେଷରେ କମ୍ପାନୀ ହାତକୁ ଟେକି ଦେଇ ଗ୍ରାମବାସୀ ଙ୍କ ଜୀବନ ଜୀବିକା ଉପରେ ପେଟରେ ଲାତ ମାରୁଥିବା ଅଭିଯୋଗ ଆଣିଛନ୍ତି ମହିଳା | ମହିଳାମାନଙ୍କ କହିବା ଅନୁସାରେ ଉକ୍ତ ଜମିରେ ଗ୍ରାମର ମହିଳା ମାନେ କେନ୍ଦୁପତ୍ର , ଝାଡୁ ପାଇଁ ଉଦ୍ଧିଷ୍ଟ ଘାସ ସଂଗ୍ରହ କରି ନିଜର ପରିବାର ପ୍ରତିପୋଷଣ କରିବା ସହ ଗ୍ରାମର ଦୁଇ ଶହ ରୁ ଅଧିକ ଗୋରୁ ଗାଇ ଚରିଥାନ୍ତି |ଉକ୍ତ ସ୍ଥାନର କିଛି ଅଂଶ ଖାଲୁଆ ଥିବାର ବର୍ଷା ପାଣି ଆସି ପୋଖରୀ ସୃଷ୍ଟି କରି ଜମା ଖରାଦିନ ପର୍ଯ୍ୟନ୍ତ ଜଳ ରହୁଥିବା ରୁ ଗ୍ରାମବାସୀ ସ୍ନାନ ସଉଚ ଆଦି ବିଭିନ୍ କାର୍ଯ୍ୟ କରିଥାନ୍ତି |ଏହିଠାରେ ଗ୍ରାମର ଯୁବକ ମାନେ ଖେଳ ପଡିଆ କରି ନିତି ଖେଳୁଥିଲେ |ଉକ୍ତ ଜମି କୁ ତୁରନ୍ତ କମ୍ପାନୀ କୁ ନଦେଇ ଉକ୍ତ ସ୍ଥାନରେ କୌଣସି ସୋଲାର କିମ୍ବା ଅନ୍ୟ କୌଣସି କାର୍ଯ୍ୟ ନକରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବା ସହ ଯଦି ଏହାକୁ ବାତିଲ କରାନଯାଏ ଗ୍ରାମବାସୀ ଜୀବନ ଦେବେ ପଛେ ଉକ୍ତ ଜମି ପାଇଁ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button