୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଯାପିତ


(କୋର ହାଣ୍ଟର୍ସ ଚମ୍ପିୟାନ)
———————————————
ବାରିପଦା – ତା :- ୧୬/୦୬/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଯାପିତ ହୋଇଯାଇଛି I ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣIମେଣ୍ଟର ଫାଇନାଲ ମ୍ୟାଚରେ କୋର ହାଣ୍ଟର୍ସ ୩୫ ରନରେ ରାଫେଲ ରକେଟ୍ସକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି କୋର ହାଣ୍ଟର୍ସ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ବିଶ୍ୱାଳ ୪୮, ଦିବ୍ୟରଞ୍ଜନ ଦାସ ୩୬, ଦିବ୍ୟଲୋଚନ ଦାସ ୩୧ ଓ ଦିବ୍ୟେଶ ମହାନ୍ତି ୨୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସିଦ୍ଧାର୍ଥ ସିନ୍ହା, ପ୍ରୀତିଦେବ ଜେନା ଓ ନିର୍ବିଶଙ୍କର ବାରିକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଫେଲ ରକେଟ୍ସ ୨୦ ଓଭରେ ୬ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ପ୍ରୀତପାଲ ସିଂହ ୩୪ ଓ ଅମିତ ପରିଡା ୨୫ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟେଶ ମହାନ୍ତି ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ବୁବୁ ସିନ୍ହା ଧାରା ବିବରଣୀ ପ୍ରଦାନ କରିଥିଲେ I ଚମ୍ପିୟାନ ଦଳକୁ ୮୦ ହଜାର ଟଙ୍କା ଓ ଟ୍ରଫି ଓ ରନର୍ସ ଆପ ଦଳକୁ ୬୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I ମ୍ୟାନ ଅଫ ଦି ମ୍ୟାଚ ଦିବ୍ୟେଶ ମହାନ୍ତି, ଶ୍ରେଷ୍ଠ ବୋଲର ସିଦ୍ଧାର୍ଥ ସିନ୍ହା, ଶ୍ରେଷ୍ଠ ବ୍ୟାଟ୍ସମନ ଅମିତ ପରିଡା ଓ ଶ୍ରେଷ୍ଠ ଖେଳାଳି ଭାବେ ମନୁ ରାମ ଙ୍କୁ ପୁରସ୍କୃତ କରାଯାଇଥିଲା I ଟୁର୍ଣ୍ଣାମେଣ୍ଟର ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ସମ୍ମାନିତ ଅତିଥି ଭାବେ କ୍ରୀଡା ସଂଗଠକ ଗିରିଶ ଚନ୍ଦ୍ର ଦାସ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସମାଜସେଵୀ ଅମର କୁମାର ସେଠି, ଦୀପା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଟୁର୍ଣ୍ଣIମେଣ୍ଟର ସମ୍ପାଦକ ସଂଜୀବ ଦ୍ବିବେଦୀ, ଉପ ସଭାପତି କାଶୀନାଥ ରଣା, କାର୍ଯ୍ୟକାରୀ ସଭାପତି କଳିଙ୍ଗ କେଶରୀ ଜେନା, ଆୟୋଜକ ଅମିତାଭ ଦାସ, ସତ୍ୟନାରାୟଣ ଜୀଉ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ପୂର୍ବତନ କ୍ରିକେଟ ଖେଳାଳି ପ୍ରଶାନ୍ତ ପଟ୍ଟନାୟକ, ସୁବାଷ ସାହୁ, ସନ୍ତୋଷ ଓତା, ସୁନିଲ ଜେନା, ପ୍ରଭାସ ଚନ୍ଦ୍ର ଘଡେଇ, ସଞ୍ଜୟ ମାଇତି, ଅମୀୟ କୁମାର ବଳ, ସୋମନାଥ ସିଂହ, ମନୋଜ ଶର୍ମା, ଲଲାଟେନ୍ଦୁ ବେହେରା, ଦେବୀଦତ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I




