ବରିଷ୍ଠ ନାଗରିକ ସମିତି, ବାରିପଦା,ମୟୂରଭଞ୍ଜର ସ୍ୱତନ୍ତ୍ର ବୈଠକ


ବାରିପଦା-ତା୧୬/୬- ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ବରିଷ୍ଠ ନାଗରିକ ସମିତି, ବାରିପଦା,ମୟୂରଭଞ୍ଜର ଏକ ବିଶେଷ ଅଧିବେଶନ, ଅନୁଷ୍ଠାନ ର ସ୍ଥାୟୀ ସଭାପତି ଡ.ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ମଧୁବନ ସ୍ଥିତ ମୟୂରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଭବନରେ ଅନୁଷ୍ଠିତ ହୋଇ ଯାଇଛି। “ବରିଷ୍ଠ ନାଗରିକ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ଯୋଗ ଓ ଦୈନଦିନ ଶାରିରୀକ ବ୍ୟାୟ୍ୟାମ ର ଆବଶ୍ୟକତା”ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ନିମନ୍ତେ ବିଷୟ ବିଶାରଦ ଭାବରେ କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଅନିଲ କୁମାର କର ,ଜିଲ୍ଲା କେନ୍ଦ୍ର ପରିଚାଳକ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦିପ କୁମାର ଚାନ୍ଦ, ସହର ମୁଖ୍ୟ କେନ୍ଦ୍ର ପରିଚାଳକ ଶ୍ରୀଯୁକ୍ତ ଶିବ ଶଙ୍କର ଗିରି ପ୍ରମୁଖ ଯୋଗଦେଇ ବିଷୟ ବସ୍ତୁ ଭିତ୍ତିକ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅଥିତି ସାମ୍ବାଦିକ ଶ୍ରୀଯୁକ୍ତ ସଂଜୟ ଚୌଧୁରୀ ଜିଲ୍ଲା ତଥା ଆଞ୍ଚଳିକ ଉନ୍ନତି ପାଇଁ ଅନୁଷ୍ଠାନ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟ ନିଜ ବକ୍ତବ୍ୟରେ ଉଲ୍ଲେଖକରିଥିଲେ l
ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ଦାସ ଆଗାମି ଦିନରେ ଅନୁଷ୍ଠାନ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେବା ବିଷୟ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଅନୁଷ୍ଠାର ଉପସଭାପତି ରପୁନାଥ ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଠା ଶ୍ରୀଯୁକ୍ତ ସର୍ବେଶ୍ଵର ଭୂୟାଁ ,ଶ୍ରୀଯୁକ୍ତ ରଞ୍ଜନ କୁମାର ପାତ୍ର ଓ ଡ.କୁଞ୍ଜବନ ପୃଷ୍ଟି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବରିଷ୍ଠ ନାଗରିକ ଏହି ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ଅନୁଷ୍ଠାନର ପ୍ରମୋଟର ବିକ୍ରମ କେଶରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଇଶ୍ଵର ଚନ୍ଦ୍ର ଦାସ, ସୁବୋଧ କୁମାର ପଲେଇ ଓ ନନୀଗୋପାଲ ମହାନ୍ତି ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ ତଥା ଅନୁଷ୍ଠାନର ଉପସଭାପତି ରଘୁନାଥ ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |




