Breaking News

ବେଆଇନ ଭାବେ କିନିକୁପା ଗ୍ରାମରେ କୁକୁଡ଼ା ଫାର୍ମ ନିର୍ମାଣ, କୁକୁଡ଼ାର ମଳ ଗନ୍ଧ ଶିଶୁଙ୍କ ମନରେ ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିବ,

କଣ୍ଟାମାଳ: -୧୬/୬/୨୫ (ସମର୍ଥ ନିୟୁଜ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତର କିନିକୁପା ଗ୍ରାମରେ ଗଢ଼ି ଉଠୁଛି ଏକ ବୃହତ କୁକୁଡ଼ା ଫାର୍ମ l ଯେଉଁ ସ୍ଥାନରେ କୁକୁଡ଼ା ଫାର୍ମ ନିର୍ମାଣ ହେଉଛି ତାହା ଗରିବ ମାନେ ସରକାରଙ୍କ ଦ୍ଵାରା ଘରବାରୀ ପାଇଥିବା ୪ ଡେସିମିଲ ସ୍ଥାନରେ ଓ କିନିକୁପା ଗ୍ରାମର ଉନ୍ନୟନ ମୂଳକ କାମ ଯଥା ସ୍କୁଲ ଓ ଖେଳ ପଡିଆ ପାଇଁ ସଂରକ୍ଷିତ ଥିବା ସ୍ଥାନରେ ପ୍ଲଟ ନମ୍ବର ୬୧ ଓ ୫୭ I ଯାହା ୨ ଏକର ୧୩ ଡେସିମିଲ ଜାଗା ଥିବା ସ୍ଥାନରେ | କିନକୁପା ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ କଲରାକୋଠା ଗ୍ରାମର ଦଶରଥ ରଣା କୁକୁଡ଼ା ଫାର୍ମ ନିର୍ମାଣ କରୁଥିବା ନେଇ କିନକୁପା ଗ୍ରାମର ହୃଷିକେଶ ଛତ୍ରିଆ ସୁଦ୍ରା ଚିନ୍ଦା, ସୀତାରମ ରଣା ଗ୍ରାମ ୱାର୍ଡ ସଭ୍ୟା ଅର୍ଜୁନ ପାଢ଼ୀ, ଯୋଗୀନ୍ଦ୍ର ମହାର, ସୁବିଦା ମହାର, ଗରିବ ରଣା, ଚଞ୍ଚଳୀ ତମଳିଆ ବରିଷ୍ଠ ସାମ୍ବାଦିକ ମୁକେଶ ପାଢ଼ୀଙ୍କ ସମେତ ଶତାଧିକ ଗ୍ରାମବାସୀ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ କଣ୍ଟାମାଳରେ ହୋଇଥିବା ଅଭିଯୋଗ ଓ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button