କଣ୍ଟାମାଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ୬୮ଟି ଅଭିଯୋଗ ପଞ୍ଜିକୃତ


କଣ୍ଟାମାଳ: – ୧୬. ୬. ୨୦୨୫ : ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୬୮ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ୬୧ଟି ଓ ଗୋଷ୍ଟୀଗତ ୦୭ଗୋଟି ହୋଇ ଥିଲା l ଆଠ ଜଣଙ୍କୁ ନୂତନ ଭତ୍ତା ପ୍ରଦାନ କରା ଯାଇଥିଲା l ଜଣଙ୍କୁ ହୁଇଲ ଚେୟାର ଦିଆ ଯାଇଥିଲା l ବିଭିନ୍ନ ଆପତ୍ତି ଅଭିଯୋଗର ତତ୍କାଳ ୩୨ଟି ଶୁଣାଣି କରିବା ସହ ଅନ୍ୟ ସମସ୍ତ ଅଭିଯୋଗ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚଦ୍ର ଦଣ୍ଡସେନା,ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ତହସିଲଦାର ଶ୍ୱେତପଦ୍ମା ଯୋଶୀ,ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଧନଞ୍ଜୟ ସାହୁ , ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ,କଣ୍ଟାମାଳ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି, ସିଡିପିଓ ପଙ୍କଜିନୀ ମିଶ୍ର,କଣ୍ଟାମାଳ ଥାନା ଅଧିକାରୀ ଭାବନନ୍ଦ ପ୍ରଧାନ ସମେତ ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ l ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’




