ହରଭଙ୍ଗା ୧୫୦ ବର୍ଷ ରୁ ଉର୍ଦ୍ଧ ବିଦ୍ୟାଳୟ ଅଭଳିତ/ ପୁରୁଣା ଟିଣ କୋଠା ଘରେ ଚାଲିଛି ପାଠପଢା ୲ ବିଭାଗ ର ନିଘା ନାହିଁ ୲


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାରତ ସ୍ୱାଧୀନ ହେବାର ୭୮ବର୍ଷ ପୂର୍ବେ ଅର୍ଥାତ ୦୧ ଅକ୍ଟୋବର ୧୮୬୯ ମସିହାରେ ଝାଟିମାଟି ଘରେ ସ୍ଥାପିତ ହୋଇଥିଲା l ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଟିଣ ଚଦର ନିର୍ମିତ ଶ୍ରେଣୀଗୃହରେ ବିତୁଛି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଠ୍ୟ ଜୀବନ l ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମାତ୍ର ୨ଟି ସ୍ଥାୟୀ(ଛାତ ଘର) ଶ୍ରେଣୀଗୃହ ନିର୍ମିତ ହୋଇଛି l ବିଦ୍ୟାଳୟର ଶ୍ରେଣୀଗୃହ ଛାତର ମରାମତି ଅଭାବରୁ ବର୍ଷା ପାଣି ଗଳୁଥିବା ଯୋଗୁଁ ବର୍ଷା ଋତୁରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ଓଦା ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆକସ୍ମିକ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ l ଗ୍ରୀଷ୍ମ ଋତୁରେ ଅର୍ଥାତ ମାର୍ଚ୍ଚ ଏବଂ ଏପ୍ରିଲ ମାସ ରୌଦ୍ର ତାପର ପ୍ରକୋପରେ ଝାଳନାଳ ହେଉଛନ୍ତି l ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ବେଳେ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନଭିତ୍ତିରେ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ତଥା ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଓ ୧୫୦ ବର୍ଷ ରୁ ଉର୍ଦ୍ଧ ଏ ବିଦ୍ୟାଳୟ ଅଟେ ୲ ଏଣୁ ଏ ବିଦ୍ୟାଳୟ କୁ ନୂତନ ଛାତ ଘର ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରସାସନ କୁ ବହୁ ଭାର ଅନୁରୋଧ କରାଯାଇଥିଲା ମଧ୍ୟ କୌଣସି ପଦକ୍ଷେପ ନ ନିଆ ଯାଇଥିବା ରୁ ସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି ୲ ଏ ଦିଗ ରେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ସର୍ବଶ୍ରୀ ପ୍ରାଣବନ୍ଧୁ ସାହୁ , ବୀଜାବନନ୍ଦ ସାହୁ, ହାରେନାଲ ଅନିଲସିଂହ ପ୍ରମୁଖ ଦାବି କରିଛନ୍ତି ୲ ପ୍ରକାଶ ଥାଉକି ଏ ବିଦ୍ୟାଳୟ ଟି ରାଜ ରାଯୁଡ଼ା ସମୟରେ ସ୍ଥାପନ କରାଯାଇଥିଲା ୲




