ସମାଜସେବୀ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା


ବଡ଼ଚଣା ବ୍ଲକ ବୈରୀ ପଂଚାୟତ ବୈରୀ ଗ୍ରାମ ର ବିଶିଷ୍ଟ ସମାଜ ସେବୀ,ତଥାରାଜନେତା ସ୍ବର୍ଗତ ଭାଗ୍ୟଧର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି,ଯୋଗାଚାର୍ଯ୍ୟ ମୁନିରତ୍ନ ଧୂର୍ଵ ଚରଣ ପ୍ରଧାନ ଏଥିରେ ଅଧକ୍ଷତା କରିଥିଲେ, ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ବିଜେଡି ସଭାପତି ତାପସ ରାୟ ସମାଜ ସେବୀ ଅନନ୍ତ କିଶୋର ସେଣ୍ଡ ରବୀନ୍ଦ୍ର ସାହୁ ଦୀନବନ୍ଧୁ ସାମଲ ଗଙ୍ଗାଧର ଦାସ ବିରଞ୍ଚି ନାରାୟଣ ସ୍ୱାଇଁ ଓ ସଚ୍ଚିଦାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ, ଦିବ୍ୟଂଗତ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଭାଗ୍ୟଧର ସାହୁ ଆମ୍ବୁଜ କୁମାର ବେହେରା ରାଜ କିଶୋର ସ୍ୱାଇଁ କେଶବ ସାମଲ ଅନନ୍ତ ପୃଷ୍ଟି ଶିକ୍ଷାବିତ ଫକୀର ଚରଣ ପୃଷ୍ଟି ଅଭିମନୁ ସ୍ୱାଇଁ ମଧୁସ୍ମିତା ନାୟକ ଦୀପ୍ତି ରଞ୍ଜନ ମହାନ୍ତି ମୁକ୍ତି ରଞ୍ଜନ ମହାନ୍ତି ଶକ୍ତି ରଞ୍ଜନ ମହାନ୍ତି ଓ ସାମ୍ବାଦିକ କାର୍ତ୍ତିକ ରାଉତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ସର୍ବ ଶେଷ ରେ ସାନ ଭାଇ ବିରଞ୍ଚି ନାରାୟଣ ମହାନ୍ତି ସମସ୍ତଙ୍କୁ କୃତଂଜ୍ଞତା ଜ୍ଞାପନ କରିଥିଲେ




