ପଟଣା ରଜ ମହୋତ୍ସବ ଓ ଖାଦ୍ୟ ମେଳା ଉଦଘାଟିତ


ବଡ଼ଚଣା ବ୍ଲକ ଛତିଆ ପଂଚାୟତ ଅନ୍ତର୍ଗତ ପଟଣା ବାଲିଯାତ୍ରା ପଡିଆ ରେ ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ଓ ଖାଦ୍ୟ ମେଳା ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଅଛି, ବୈରୀ ଥାନା ଆଇଆଇସି ଅଂଶୁମାଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସଚ କୁ ଉଦଘାଟନ କରିଥିବା ବେଳେ ସଂକୁନ୍ତଳା ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଖାଦ୍ୟ ମେଳା ର ଶୁଭ ଉଦଘାଟନ କରିଥିଲେ, ଗୌରୀ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ମହୋତ୍ସବ ରେ ମି୍ୟୁଜିକ ଚେୟାର, ବେଲୁନ ଗେମ୍ମ, ଖାଦ୍ୟ ମେଳା, ଓ ସାଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା,ଏଥିରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା, ଅନୁଷ୍ଠାନ ର ସଭାପତି ସରପଞ୍ଚ ରମେଶ ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ହରିହର ନାଥ ଧନ୍ୟବାଦ ଅର୍ପଣ କରିଥିଲେ,ଦୀପ୍ତି ବାବୁ ଅତିଥି ପରିଚୟ ପ୍ରଦାନ କରିଥିଲେ, ହୃଷିକେଶ ନାଥ ଶ୍ରୀନାଥ ବାଇ ଜୟଦେବ ନାୟକ ସନ୍ତୋଷ ବେହେରା ଆକାଶ ନାୟକ ହେମନ୍ତ ବାଇ ଓ ଶୁଭମ ରାଉଳ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ,




