ଚଣ୍ଡିଖୋଲ କୋର୍ଟ ପକ୍ଷରୁ ବିଶ୍ଵ ବରିଷ୍ଠ ଅପବ୍ଯବହାର ସଚେତନତା ଦିବସ.


ଚଣ୍ଡିଖୋଲ କୋର୍ଟ ତାଲୁକ ଆଇନ ସେବା କେନ୍ଦ୍ର ପକ୍ଷରୁ ସୋଲର ପାଇକରାପୁର ସେବକ ଜରା ନିବାସ ପରିସରରେ ବିଶ୍ଵ ବରିଷ୍ଠ ଅପବ୍ଯବହାର ସଚେତନତା ଦିବସ ପରିପ୍ରେକ୍ଷୀରେ ଏକ ଆଇନ ସାକ୍ଷରତା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ତାଲୁକ କେନ୍ଦ୍ର ଅଧ୍ୟକ୍ଷ ତଥା ସବଜଜ୍ ବିଶ୍ଵ ଦୀପକ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେ ଏମ୍ ଏଫ ସି ଶ୍ରୀମୟୀ ନନ୍ଦ. ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ସଭାପତି ସୁରେଶ ଚନ୍ଦ୍ର ପଣ୍ଡା. ସମ୍ପାଦକ ପ୍ରକାଶ କୁମାର ଦାଶ. ପୂର୍ବତନ ସଭାପତି ଦେବରାଜ ବେହେରା ଆଇନୀଜୀବୀ ପରମାନନ୍ଦ ସାହୁ. ଅମୂଲ୍ୟ ମୋହନ ତ୍ରିପାଠୀ. ସେବକ ଜରାଶ୍ରମ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଳ. ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଓ ମନ୍ଦର ଧର ସ୍ଵାଇଁ ପ୍ରମୁଖ ଯୋଗଦେଇ ଅନେକ ପରିବାରରେ ବରିଷ୍ଠ ମାନଙ୍କୁ ହତାଦର କରାଯାଉଛି ସେମାନଙ୍କ ପ୍ରତି ଅପବ୍ୟବହାର କରାଯାଉଛି ଜୀବନ ବ୍ୟାପି ନିଜର କଷ୍ଟ .ଶ୍ରମ .ସମୟ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅର୍ଥ ଉପାର୍ଜନ କରି ନିଜ ପରିବାର ପ୍ରତି ଉତ୍ସର୍ଗୀତ ହୋଇ ପରିବାର ଓ ପିଲା ମାନଙ୍କ ପ୍ରତି ନିଜର ଦାୟିତ୍ଵ କର୍ତ୍ତବ୍ୟ ପାଳନ କରିବା ପରେ ଯେତେବେଳେ ସେମାନେ ବରିଷ୍ଠ ତଥା ବାର୍ଦ୍ଧକ୍ୟ ରେ ଉପନୀତ ହୁଅନ୍ତି ସେତେବେଳେ ପୁଅ ଝିଅ ଓ ପରିବାର ଜନ ଙ୍କ ଆଦର ଯତ୍ନ. ସେବା ଶୁଶ୍ରୁଶା ପରିବର୍ତେ ମାନସିକ. ଶାରୀରିକ ଆବେଗ ପ୍ରବଣ ମନସ୍ତତ୍ଵ ଜନିତ ଯନ୍ତ୍ରଣା ପାଉଛନ୍ତି ସ୍ୱଅର୍ଜ୍ଜିତ ଧନ ସମ୍ପତ୍ତି ରୁ ସେମାନେ ବଞ୍ଚିତ ଓ ଉପେକ୍ଷିତ ହେଉଛନ୍ତି ଓ ସେମାନଙ୍କ ବାକି ଜୀବନ ପାଇଁ ଆଶା ଭରସା ହେଉଛି ଜରାଶ୍ରମ ଏ ଦିଗରେ ପରିବାରଜନଙ୍କୁ ସଚେତନ କରାଇ ସେ ପରିବାରରେ ପୁନର୍ବାର ସୁଖ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜରୁରୀ ହୋଇପଡ଼ିଛି ଆପୋସ ବୁଝାମଣା ନିମନ୍ତେ ତାଲୁକ ଆଇନ ସେବା କେନ୍ଦ୍ରର ସହାୟତା ନେଇପାରିବେ ବୋଲି ମତ ପ୍ରକାଶ କରିଥିଲେ.ସରକାରୀ ସ୍ତରରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗକୁ ସେମାନଙ୍କ ପାଇଁ ଉପଲବ୍ଧ କରାଇବା କ୍ଷେତ୍ରରେ ସଚେତନତା ସ୍ରୁଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ.ଏଥିରେ ପ୍ରଭଞ୍ଜନ ମହାପାତ୍ର.ରମାକାନ୍ତ ରାଉତ .ଭରତ ବେହେରା. ଲକ୍ଷ୍ମୀଧର ନାୟକ.ସସ୍ମିତା ବଳ ପ୍ରମୁଖ ସହଯୋଗ କରିଥିଲେ l ରିଟେନର ଜ୍ୟୋତି ଶାଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ




