Breaking News

ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଜନ୍ମ ଉତ୍ସବ

ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଅବର୍ତ୍ତମାନ ରେ ଅଧୁନା ସତସଙ୍ଗ ର କର୍ଣ୍ଣଧାର ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ (ବାବାଇଦା )ଙ୍କ 58ତମ ଜନ୍ମ ମହୋତ୍ସବ ଆଜି ସତସଙ୍ଗ ଶ୍ରୀ ମନ୍ଦିର ଛତିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି,ବ୍ରାହ୍ମ ମୁହୂର୍ତ୍ତ ରୁ ଜନ୍ମ ଲଗ୍ନ ଘୋଷଣା ଉଷା ବିନତି ଭକ୍ତି ସଂଗୀତ ଓ ପରେ ପରେ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା,ସନ୍ଧ୍ୟା ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା,ସମ୍ପାଦକ ଫକୀର ଚରଣ ପୃଷ୍ଟି ସତସଙ୍ଗ ପରିଚାଳନା କରିଥିଲେ, ପବିତ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ,ସହ ପ୍ରତି ଋତ୍ଵିକ ନାରାୟଣ ଚନ୍ଦ୍ର ପ୍ରଧାନ ଅଧର୍ଜୁ ସନାତନ ଲେଙ୍କା ଅନନ୍ତ ଚରଣ ସାମଲ ଅଭିମନୁ ସାମନ୍ତ ରାୟ ଖାରବେଳ ସେଠ୍ ଯାଜକପ୍ରମୋଦ କୁମାର ରାଉତରାୟ କାର୍ତ୍ତିକ ରାଉତ, ଶଶୀଭୁଷଣ ପ୍ରଧାନ ଓ ଗଣେଶ୍ୱର ସାହୁ ପ୍ରମୁଖ ଆଚାର୍ଯ୍ୟ ଦେବ ଙ୍କ ଦିବ୍ୟ ଜୀବନୀ ସମ୍ପର୍କ ରେ ଗଭୀର ଆଲୋକପାତ କରିଥିଲେ,ଶୈଳେନ୍ଦ୍ର ବାରିକ ସ୍ୱରୂପା ଦାଶ ଭକ୍ତି ସଂଗୀତ ଦେବୁନ ଦାସ କୋରସ ଓ ଭୃତି ଭୂଷଣ ଦାସ କୀର୍ତନ ପରିବେଷଣ କରିଥିଲେ, ବରୀ ଠେଙ୍ଗଡ଼ ଉପ ଯୋଜନା କେନ୍ଦ୍ର ଆନୁକୂଲ୍ୟରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା

Related Articles

Back to top button