Breaking News

କଳାହାଣ୍ଡିରେ ଜନନୀ ଯନ୍ତ୍ରଣା । ପୁଣି ଖଟିଆରେ ବୁହା ହେଲେ ଗର୍ଭ ବତି ମାଁ

କଳାହାଣ୍ଡି ଜିଲ୍ଲା:ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମାଁ । ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମରୁ । ଗତ କାଲି ସନ୍ଧ୍ୟା ସମୟରେ ଗ୍ରାମର ଦାମୋଦର ମାଝୀ ଙ୍କ ସ୍ତ୍ରୀ ଗୋମତୀ ମାଝୀଙ୍କ ପ୍ରସବ ବେଦନା ହେବାରୁ 108 ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ତେବେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆମ୍ବଗୁଡା ନିକଟ ଦେଢ଼ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା । ଏପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ମାଁ । ପରିବାର ଲୋକେ କୌଣସି ଉପାୟ ନ ପାଇ ରାତି ଦଶ ଘଣ୍ଟା ସମୟରେ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ମେଡିକାଲରେ ଏକ ଶିଶୁ କନ୍ୟା ଜନ୍ମ ପରେ ପରିବାର ଲୋକେ ଏକ ଭଡ଼ା ଗାଡ଼ି ସାହାଯ୍ୟରେ ଗାଁ କୁ ଫେରିଥିଲେ ମଧ୍ୟ ଗାଡ଼ି ଡ୍ରାଇଭର କାଦୁଅ ରାସ୍ତାରେ ଯିବାକୁ ମନା କରି ସେହିଠାରେ ଛାଡ଼ି ଯାଇଥିଲା । ସେଠାରୁ ପୁଣି ମାଁ ଓ ନବଜାତ ଶିଶୁକୁ ଖଟିଆରେ ବୋହି ଘରକୁ ଆଣିଥିଲେ । ତେବେ ସରକାର ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଗ୍ରାମ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଦୀର୍ଘବର୍ଷ ହେବ ପଡ଼ାବାସି ପକ୍କା ରାସ୍ତା ପାଇଁ ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଅତୀତରେ ମଧ୍ୟ ଅନେକ ରୋଗୀଙ୍କୁ ଖଟିଆରେ ବୋହି ନେଇଥିବା ପ୍ରକାଶ କରନ୍ତି ମାଳପଡ଼ା ବାସି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button