Breaking News

ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ସନ୍ଧ୍ୟାରାଣୀ , ସମ୍ପର୍କୀୟ ନଥିବା ରୁ ଚିକିତ୍ସା ପାଇଁ ଡକ୍ଟର ବାରଣ କଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ମହୁଲ ପାଲୀ ଗ୍ରାମର ଦେଖି ବାକୁ ମିଳିଲା ଏକ ଅଭାବନିଅ ଦୁଃଖ l ଗ୍ରାମର ୪୫ବସିୟା ରୋଗୀଣି ସନ୍ଧ୍ୟା ରାଣୀ ବିଶି ଦିନ ମଜୁରିଆ ୩ମାସ ହେବ ସାଧାରଣ ଗୋଡ଼ ଟିଏ ଭାଙ୍ଗି ଯିବାରୁ ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ଖଟରୁ ଉଠିବି ପାରିବାରେ ସକ୍ଷମ ହୋଇପାରୁ ନାହାନ୍ତି କି ଗୁରୁଣ୍ଡି ଯାଇ ପାରୁ ନାହାନ୍ତି l ତାଙ୍କର କେହି ସମ୍ପକୀୟ ବୋଲି ନଥିବାରୁ ବିଛଣାରେ ପଡି ରହିଛନ୍ତି l ସାଥି କହିଲେ ଭଙ୍ଗା ଜରି କୁଡ଼ିଆ ଓ଼ ଅପରସ୍କାର ବିଛଣାରେ ଖାଇବା ପିଇବା ସହିତ କରନ୍ତି ଝାଡା ଓ଼ ପରିସ୍ରା l ତାଙ୍କର କହିବା ମୁତାବକ ଖାଇଲେ ଝାଡା ପରିସ୍ରା ହେବାର ଭୟରେ ସେ ଖାଦ୍ୟ ଖାଇବା ପୁରାପୁରି ଛାଡିଦେଇଛନ୍ତି, ଖାଦ୍ୟ ନଖାଇବାରୁ ଦେହ ମଧ୍ୟ ବହୁତ ଦୁର୍ବଳ ହୋଇଯିବାରୁ ପେଟ ଓ଼ ଅଣ୍ଟାରେ ବହୁତ ଯନ୍ତ୍ରଣା ଭୋଗୁଛି ଓ଼ ଏହି ସମୟରେ କଷ୍ଟରେ ଦୁଃଖିଣୀ ପୀଡିତା ଚିତ୍କାର କରନ୍ତି କିନ୍ତୁ ସେ ଏକୁଟିଆ ଜରି କୁଡ଼ିଆରେ ଶୁଣିବାର କେହି ନଥାନ୍ତି l ଗ୍ରାମବାଶୀଙ୍କ କହିବା ଅନୁସାରେ ସାନ୍ଧ୍ୟରାଣୀ ଗ୍ରାମରେ ଥିବା ବୌଦ୍ଧ ରେଳ ଷ୍ଟେସନରେ ମଜୁରିଆ ଭାବରେ କାମ କରୁଥିଲା, ଦିନେ ଅଚାନକ କାମ କରୁଥିବା ବେଳେ ଅସାବଧାନ ଯୋଗୁଁ ସନ୍ଧ୍ୟାରାଣୀ ପଡି ଯାଇଥିଲା ଏହାଫଳରେ ଗୋଟିଏ ଗୋଡ଼ ଭାଙ୍ଗି ଯୁବାରୁ ସେ ସେଦିନରୁ ତାର ଜରି କୁଡ଼ିଆରେ ଶଯ୍ୟାଶାୟୀ l ଗ୍ରାମର କିଛି ଯୁବକ ସ୍ୱାସ୍ଥ୍ୟ କାଡରେ ଚିକିତ୍ସା ପାଇଁ ଭୁବେନେଶ୍ୱର ଘରୋଇ ଡାକ୍ତରଖାନକୁ ନେଇ ଥିଲେ ଗୋଡ଼ର ଅପେରସନ ପାଇଁ ସମ୍ପକୀୟଙ୍କ ଦଶଖସ୍ତ ଦରକାର ପଡିବାରୁ କେହି ଦଶକସ୍ତ ନଦେଇ ବିନା ଚିକିତ୍ସାରେ ସାନ୍ଧ୍ୟରାଣୀକୁ ଗ୍ରାମରେ ଆଣି ଛଡିଦେଲେ l ବିନା ଚିକିତ୍ସାରେ ଶଯ୍ୟାଶାୟୀ ସାନ୍ଧ୍ୟରାଣୀକୂ ଗ୍ରାମ ବାଶି ଓ଼ ଗ୍ରାମର ସ୍ୱୟମ ସହାୟକ ଗୋଷ୍ଠୀର CRP ଶୈଳ ସାହୁ କେତେବେଳେ ସlହ୍ୟ କେଇଥାନ୍ତି l ଗ୍ରାମ ବାସି କହିବା ମୁତାବକ ନିର୍ବାଚନ ସମୟରେ ବଡ଼ବଡ଼ ପ୍ରତିଶୃତି ଦେଇ ଭୋଟ ହାତେଇ ନେଉ ଥିବା ଲୋକ ପ୍ରତିନିଧିଙ୍କୁ ଗୁହାରି କଲେ ମଧ୍ୟ ସାଜାଯ୍ୟତ ଦୂରର କଥା ଦେଖିବାକୁ ପସନ୍ଦ କରୁନାହାନ୍ତି l ଏନେଇ ଗ୍ରାମ ବାଶି ଓ଼ ବିଡିତା ଗଣମାଧ୍ୟମରେ ନିଜର ଚିକତ୍ସା ଓ଼ ଥଇଥାନ ପାଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନ,ସ୍ଥାନୀୟ ବିଧାୟକ, ସଂସଦ,ମୁଖ୍ୟମନ୍ତ୍ରୀ,ଓ଼ ହୃଦୟବାନ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି ୲

Related Articles

Back to top button