ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶ ବାହାନ”ର ଶୁଭାରମ୍ଭ


କୋଦଳା :ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଓଡ଼ିଶାରେ ‘ବିକାଶ ବାହନ” ରଥ ଭ୍ରମଣ କରୁଛି । ଏହି ଅବସରରେ କୋଦଳା ଏନ ଏ ସି ରେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ କେନ୍ଦ୍ର ରେ ମୋଦୀ ସରକାର ଙ୍କ ଏଗାର ବର୍ଷର ସୁଶାସନ ଏବଂ ରାଜ୍ୟରେ ମୋହନ ସରକାର ଙ୍କ ଏକ ବର୍ଷ ର ସୁଶାସନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି ବିକାଶ ବାହାନ ରଥ କୁ ମାନ୍ୟବର ବିଧାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏହି ରଥ ରେ ଏଲଇଡି ମାଧ୍ୟମରେ ବିଜେପି ସରକାରର ଏକ ବର୍ଷ ମଧ୍ଯରେ ଉପଲବ୍ଧି ଅନେକ ଯୋଜନା ଗୁଡ଼ିକର ସଫଳତା ସମ୍ପର୍କ ରେ ଗାଁ ଗାଁରେ ପ୍ରଚାର ପ୍ରସାର ପାଇଁ କରାଯାଇଛି । ଏହି ଅଭିଯାନ ଏକ ବର୍ଷରେ ଉପଲବ୍ଧି ଅନେକ ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷକୁ ନେଇ ଜନହିତକର ଯୋଜନା ଗୁଡିକର ସାଧାରଣ ଜନତାଙ୍କୁ କରିବ ଦିଶା ପ୍ରତିପାଦିତ । ଗାଁ ଗାଁରେ ଏହି ବିକାଶ ବାହନ ପରିଭ୍ରମଣ କରି ଏଲଇଡି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହିତ ଅଭିଯୋଗ ଜନ ସାଧାରଣ ଙ୍କ ଠାରୁ ଅଭିଯୋଗ ପତ୍ର ବି ଗ୍ରହଣ କରିବ | ଏହି ଅବସରରେ କୋଦଳା ଏନଏସି ରେ ଏକ ଛୋଟ କୁଟୀର ଶିଳ୍ପ କରାଯିବା ନେଇ ମଧ୍ୟ ପ୍ରତିଶୃତି ଦେଇଥିଲେ ବିଧାୟକ | ଏହା ସହ କୋଦଳା ରେ ଏକ ବସଷ୍ଟାଣ୍ଡ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ଘୋଷଣା କରିଥିଲେ ବିଧାୟକ |
ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷା ରଞ୍ଜିତା ସେଠି, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,କାଉନସିଲର ଝିଲି ପ୍ରଧାନ, ଅଚ୍ୟୁତ ସାହୁ, କାଉନସିଲର ପ୍ରତିନିଧି ସନ୍ତୋଷ ମିଶ୍ର ଙ୍କ ସମେତ ଶତାଧିକ ମହିଳା, ପୁରୁଷ ଉପସ୍ଥିତ ଥିଲେ




