Breaking News

ଆଦିବାସୀ ଭବନର ଶୁଭ ଉଦ୍ଘାଟନ

ଭବାନୀପାଟଣା:
କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ଗଣ୍ଡ ବାନ୍ଦୋପଲା ଗ୍ରାମଠାରେ ଆଦିବାସୀ ଭବନ ଗୃହ ମାନ୍ୟବର ପ୍ରଦୀପ କୁମାର ଦିଶାରି ବିଧାୟକ ଲାଞ୍ଜିଗଡଙ୍କ କର-କମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି ପ୍ରତିଷ୍ଠା ଉତ୍ସବରେ ମାଳବିକା ଦେବୀ ସାଂସଦ କଳାହାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସେଠ୍, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଅଧ୍ୟକ୍ଷ ଗଙ୍ଗାଧର ମାଝୀ, କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସମ୍ପାଦକ ଋତୁରାଜ ମାଝୀ ସମେତ ଆଦିବାସୀ ସମାଜର କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିବା ବେଳେ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ସମସ୍ତ ଆଦିବାସୀ ସମାଜର କର୍ମକର୍ତା ମାନଙ୍କୁ ଉନ୍ନତି ଦିଗରେ କାମନା କରିବା ସହ ସମାଜର ଲୋକମାନେ ଏକତ୍ରିତ ହୁଅ ଏବଂ ସଂଗଠନକୁ ଆହୁରି ତୃଣମୂଳ ସ୍ତରରୁ ମଜବୁତ୍ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିବା ବେଳେ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଦିବାସୀ ସମାଜକୁ ତାଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button