Breaking News

ଘଣ୍ଟାପଡ଼ା ଓ କଣ୍ଟାମାଳରେ ଦୃଷ୍ଟି ବାଧିତ କଳାକାର ମାନଙ୍କ ଦ୍ୱାରା ଦ୍ଭଜନ ସମାରୋହ ।

କଣ୍ଟାମାଳ: – ୧୩/୬ : ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲାକଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା ବସଷ୍ଟାଣ୍ଡଠାରେ ଓ କଣ୍ଟାମାଳ ହାଟପଦା ଛକ ଠାରେ ଦୃଷ୍ଟି ବାଧିତ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବସାଶଙ୍କର ଗ୍ରାମର ଅସ୍ତୁବ କୁମ୍ଭାରଙ୍କ ନେତୃତ୍ୱରେ ମାଁ କନ୍ଧେନବୁଢୀ ଦୃଷ୍ଟିହୀନ ଭଜନ ପରିବାର ପକ୍ଷରୁ ଆୟୋଜିତ ଭଜନ ସମାରୋହରେ ଦୃଷ୍ଟି ବାଧିତ ସଂଗୀତ କଳାକାର ମାନଙ୍କ କଣ୍ଠ ରୁ ସୁମଧୁର ଭଜନ ଶୁଣିବାପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା l ଦୃଷ୍ଟିହିନଙ୍କ କଣ୍ଠରୁ ପରିବେଷିତ ସୁମଧୁର ଭଜନର ମଧୁର ମୂର୍ଚ୍ଛନାରେ ଭଜନପ୍ରେମୀ ଆତ୍ମବିଭୋର ହୋଇ କରତାଳି ମଧ୍ୟରେ ଭୁୟସୀ ପ୍ରଶଂସା କରିବା ସହ ଅକୁଣ୍ଠଚିତ୍ତରେ ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ l ଏଥିରେ ମାଁ କନ୍ଧେଁବୁଢି ଦୃଷ୍ଟିହୀନ ଭଜନ ପରିବାର ର ଶୁଭମ୍ କୁମ୍ଭାର, ସଙ୍ଗମ ସାହୁ,ରବି ହେର୍ଣ୍ଣା, ଖିରସିନ୍ଧୁ ମହାନନ୍ଦ,ଅସ୍ତୁବ କୁମ୍ଭାର ପ୍ରମୁଖ ଭଜନ ପରିବେଷଣ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button