ପିତାମ୍ବରପୁର ଗ୍ରାମରେ ଶିଶୁ ଶ୍ରମିକ ଦିବସ ପାଳିତ l


ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ)
ବୌଦ୍ଧ ଜିଲ୍ଲା ହାରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମରେ ଶିଶୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିଶ୍ଵ ଯୁବ କେନ୍ଦ୍ରର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର, ସ୍ଵେଚ୍ଛାସେବୀ ସୁପ୍ରୀତି ଦେହୁରୀ, ଗ୍ରାମ ମୁଖିଆ ପ୍ରଫୁଲ୍ଲ ମହାକୁଡ, ଆଶା କର୍ମୀ କୌତୁକି ନାଏକ, ଅଙ୍ଗନୱାଡି କର୍ମୀ ସୁଚିସ୍ମିତା ସାହାଣୀ, ଗ୍ରାମପଞ୍ଚାୟତ ସମ୍ପାଦିକା ମମତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ,ବାଲ୍ୟବିବାହ ର କାରଣ ଏବଂ ତାହା ଦ୍ଵାରା ଦେଖାଯାଉଥିବା ବିଭିନ୍ନ ସମସ୍ୟା ଉପରେ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଆଗାମୀ ଦିନରେ କିପରି ହର୍ଭଙ୍ଗା ବ୍ଲକ ଅଞ୍ଚଳକୁ ଶିଶୁ ଶ୍ରମିକ ଓ ବାଲ୍ୟବିବାହ ମୁକ୍ତ କରିବା, ସେଥିପାଇଁ ଏକ ଶପଥ ପାଠର ଆୟୋଜନ କରାଯାଇଥିଲା। ସ୍ଵେଚ୍ଛାସେବୀ ସୁପ୍ରିତି ଦେହୁରୀ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ବାଗତ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।




