Breaking News

ରେସନ ଚାଉଳ ଆଣିବା ପାଇଁ ପଞ୍ଚାୟତ କୁ ଯିବା ବେଳେ ଅଟୋ ଦୁର୍ଘଟଣା, 12 ଆହାତ, ମୋହନା ମେଡିକାଲ ରେ ଭର୍ତ୍ତି।

ମୋହନା :୧୩/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେନ୍ଦୁପଦା ଘାଟିରେ ଯାତ୍ରୀବାହି ଅଟୋ ଓଲଟିଲା 12 ଆହାତ,ଟାଙ୍ଗିଲିପଦର ଗାଁ ଠାରୁ ସମସ୍ତ ଯାତ୍ରୀ ରାସନ ସାମଗ୍ରୀ ଆଣିବା ପାଇଁ ପାଖା ପାଖି 12 କିଲୋ ମିଟର ଦୂର ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ଏକ ଅଟୋ ଯୋଗେ ଉଦ୍ଧାର କରି ମୋହନା ମେଡିକାଲ ରେ ସମସ୍ତଙ୍କୁ ଚିକିତ୍ସିତ କରାଯାଉଛି।ସୂଚନା ପ୍ରକାରେ ଅଟୋ ଡ୍ରାଇଭର ଟି ଗାଡି ଷ୍ଟାର୍ଟ ବନ୍ଦ କରି ଘାଟି ରାସ୍ତାରେ ଉଲ୍ହାଉ ଥିବା ବେଳେ ବ୍ରେକ ଫେଲ ହୋଇ ଯାଇଥିବା କାରଣ ରୁ ଦୁର୍ଘଟଣା ଘଟିଛି।ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରାଯାଇ ମୋହନା ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

Related Articles

Back to top button