Breaking News

ପୁତୁଲିପଙ୍କା ଧର୍ମାଞ୍ଚଳ ରେ ସାଧୁ ଆନ୍ତୁଣି ପାଦୁଆ ପର୍ବ l

ମୋହନା :୧୩/0୬/୨୫(ସୁବିତ କୁମାର ନାୟକ):ଗଜପତି ଜିଲ୍ଲା ମୋହନା ବ୍ଲକ ପୁତୁଲିପଙ୍କା ଧର୍ମାଞ୍ଚଳରେ ସାଧୁ ଆନ୍ତୁଣି ପାଦୁଆ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ମହୋତ୍ସବରେ ପୁତୁଲିପଙ୍କା ଧର୍ମାଞ୍ଚଳ ମୁଖ୍ୟ ଯାଜକ ଫା. ପ୍ରଫୁଲ୍ଲ କୁମାର ନାୟକ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଦିବ୍ଯଯଜ୍ଞ ପୌରହିତ୍ୟ କରିଥିଲେ। ବ୍ରହ୍ମପୁର ଧର୍ମପ୍ରଦେଶ ଶିକ୍ଷା ଆୟୋଗର ନିର୍ଦ୍ଦେଶକ ଯାଜକ ଫା. ପ୍ରଶାନ୍ତ ଦିଗାଲ ବାକ୍ୟ ପରିବେଷଣରେ ସାଧୁ ଆନ୍ତୁଣି ପାଦୁଆଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଉତ୍ତମ ଖ୍ରୀଷ୍ଟିୟ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ପୁତୁଲିପଙ୍କା ଧର୍ମାଞ୍ଚଳ ସହକାରୀ ଯାଜକ ଫା. ଆନ୍ତୁଣି ରଣସିଂ, ସେବାଭଗ୍ନୀ, ସେବାଭ୍ରାତା, ବିଶ୍ବାସୀ ଉପସ୍ଥିତ ରହି ସାଧୁ ଆନ୍ତୁଣି ପାଦୁଆଙ୍କ ମାଧ୍ୟସ୍ଥତାରେ ପ୍ରାର୍ଥନା କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଶିଷ ଭିକ୍ଷା କରିଥିଲେ। ଏହି ଉତ୍ସବରେ ଆଲିଗଣ୍ଡା ଧର୍ମାଞ୍ଚଳ ସହକାରୀ ଯାଜକ ଫା. ଦୀନବନ୍ଧୁ ନାୟକ ସଙ୍ଗୀତ ପରିଚାଳନା କରିଥିଲେ। ଏହି ଉତ୍ସବକୁ ସାଧୁ ଆନ୍ତୁଣି ପାଦୁଆ ପୁତୁଲିପଙ୍କା ଧର୍ମାଞ୍ଚଳର ମୁଖ୍ୟଯାଜକ, ସହକାରୀ ଯାଜକ ଏବଂ ପର୍ବ ପରିଚାଳନା କମିଟି ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ।

Related Articles

Back to top button