Breaking News

କବି ନନ୍ଦକିଶୋର ସାମଲଙ୍କ ରାଜ୍ୟସ୍ତରୀୟ ଶତାବ୍ଦୀ ସମାରୋହରେ ସମ୍ବର୍ଦ୍ଧିତ ପ୍ରତିଭା ୨୦୨୫ ଅନୁଷ୍ଠିତ

ଜୁନ ମାସ ୧୨ତାରିଖ ଗୁରୁବାର ସକାଳ ଘ. ୯.୩୦ମି ସମୟରେ କଟକସ୍ଥିତ ବାଣୀପୀଠ ଶ୍ରୀ ରାମଚନ୍ଦ୍ର ଭବନଠାରେ କବି ନନ୍ଦକିଶୋର ସାମଲଙ୍କ ରାଜ୍ୟସ୍ତରୀୟ ଶତାବ୍ଦୀ ସମାରୋହର ସମ୍ବର୍ଦ୍ଧିତ ପ୍ରତିଭା ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ କଟକ କଳାବିକାଶ କେନ୍ଦ୍ରର ସଭାପତି,ଡକ୍ଟର ବିଜୟାନନ୍ଦ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲାବେଳେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ l କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟଧିକରଣର ଉପାଦକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଉଦଘାଟକ ଥିବାବେଳେ ବିଶିଷ୍ଟ ଶିଶୁସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି ସଭାମୁଖ୍ୟଭାବେ ଯୋଗଦେଇଥିଲେ l ଏତଦବ୍ୟତୀତ ଶିଶୁସାହିତ୍ୟିକ ଡକ୍ଟର ପ୍ରିୟନାଥ ମହାପାତ୍ର ଏବଂ ଆଦର୍ଶ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ଜାୟସ୍ଥ ସମ୍ବର୍ଦ୍ଧିତ ପ୍ରତିଭାଭାବେ ଯୋଗଦେଇଥିଲେ l ସମସ୍ତ ଅତିଥିବୃନ୍ଦ ଖ୍ୟାତାନାମା ସାହିତ୍ୟସ୍ରଷ୍ଟା କବି ନନ୍ଦକିଶୋର ସାମଲଙ୍କ ପାଖରେ, ପାରମ୍ପରିକ ରୀତିରେ ଦୀପ ପ୍ରଜ୍ଜଳନ କରି, ଉତ୍ସବକୁ ଆଗେଇ ନେଇଥିଲେ l ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିଶିଷ୍ଟ ସାହିତ୍ୟସ୍ରଷ୍ଟାମାନେ ସାହିତ୍ୟର ମୂଲ୍ୟବୋଧ ଉପରେ ତାଙ୍କର ଅତି ଚମତ୍କାର ବକୃତା ପ୍ରଦାନ କରିଥିଲେ l ଅନୁଷ୍ଠାନ ତରଫରୁ ଖାଦ୍ୟପେୟର ଉତ୍ତମ ଵେବସ୍ଥା ମଧ୍ୟ କରାଯାଇଥିଲା l କାର୍ଯ୍ୟକ୍ରମର ପରିଶେଷରେ ତାଙ୍କର ସୁପୁତ୍ର ଶ୍ରୀଯୁକ୍ତ ସୁକୁମାର ସାମଲ ମଞ୍ଚ ପରିଚାଳନା କରିବା ସହିତ ଉତ୍ସବରେ ଯୋଗଦେଇଥିବାରୁ, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button