ବାରିପଦା ଠାରେ “ବିକାଶ ବାହନ” ରଥର ଶୁଭାରମ୍ଭ.


ଆଜି ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା “ବିକାଶ ବାହନ” ରଥର ଶୁଭାରମ୍ଭ ହେବା ପରେ ବାରିପଦାଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାରିପଦା ବ୍ଲକର ଗୋଟିଏ ଓ ଅନ୍ୟ ଗୋଟିଏ ବାରିପଦା ପୌରପାଳିକାର ” ବିକାଶ ବାହନ” ରଥକୁ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ, ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଓ ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣା ନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂଜା ନୈବେଦ୍ୟ ସହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପ୍ରକାଶ ଥାଉକି ଜିଲ୍ଲାର ଅନ୍ୟାନ୍ୟ ୨୫ ଗୋଟି ବ୍ଲକ ସଦରମହକୁମା ଏବଂ ରାଇରଙ୍ଗପୁର ପୌରପାଳିକ ଠାରେ ମଧ୍ୟ୍ୟ ଉକ୍ତ ବିକାଶ ବାହନ ରଥର ଶୁଭାରମ୍ଭ ହୋଇଛି।
ବ୍ଲକରୁ ଶୁଭାରମ୍ଭ ହୋଇଥବା ବିକାଶ ବାହନ ରଥ ଆଜି ଠାରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସଦର ମହକୁମା ସହ ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳରେ ଶୁଭାରମ୍ଭ ହୋଇଥିବା ବିକାଶ ବାହନ ପର୍ଯ୍ୟାୟ କ୍ରମେ ସମ୍ପୃକ୍ତ ପୌରାଞ୍ଚଳର ସମସ୍ତ ୱାର୍ଡ ପରିକ୍ରମା କରିବ। ଏହି ବିକାଶ ବାହନରେ ଲୋକ ମାନଙ୍କ ସଚେତନତା ପାଇଁ ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବେନର ପୋଷ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବା ସହିତ ଏଲ ଇ ଡି ଜରିଆରେ ବିଭିନ୍ନ ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ। ଏତଦ ବ୍ୟତୀତ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନାର ଉପଲବ୍ଧି ସମ୍ଭନ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ।ଏହି ବିକାଶ ବାହାନ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତକୁ ପହଂଚି ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରିବା ସହ ଯୋଜନାରେ ସାମିଲ ହେବା ପାଇଁ ସଚେତନ କରାଯିବ। ଏତଦ ବ୍ୟତୀତ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସେହି ସ୍ଥାନରେ ଯୋଜନାର କାର୍ଡ, ପ୍ରମାଣ ପତ୍ର ବଣ୍ଟନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ସହ ଯୋଜନା ରେ ସାମିଲ ହେବାକୁ ଥିବା ହିତାଧିକାରୀ ମାନଙ୍କ ଠାରୁ ସେହି ସ୍ଥାନରେ ତୁରନ୍ତ ଆବେଦନ ପତ୍ର ଆଦି ଗ୍ରହଣ କରାଯିବ ଏବଂ ବିଭିନ୍ନ ଯୋଜନାରେ ନୂତନ ହିତାଧିକାରୀ ଚିହ୍ନଟି କରଣ କାର୍ଯ୍ୟ ମଧ୍ୟ କରାଯିବ। ଏତଦ ବ୍ୟତୀତ ବିଭିନ୍ନ ଯୋଜନାରେ ଲାଭlନ୍ୱିତ ହୋଇଥିବା ହିତାଧିକାରୀମାନଙ୍କ ପାଖରୁ ସେମାନଙ୍କ ସଫଳତା କାହାଣୀ ସଂଗ୍ରହ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମସ୍ତ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟେକଙ୍କୁ ସଚେତନ କରାଇବା ଏବଂ ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ଯୋଜନା କୁ ପହଞ୍ଚାଇବା ସର୍ବୋପରି ପ୍ରଶାସନକୁ ଲୋକମାନଙ୍କ ନିକଟତର କରାଇ ଲୋକମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ଉପଲବ୍ଧ କରାଇବା।
ଜ଼ିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲlପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ବାରିପଦା ପୌର ପାଳିକା ଉପାଧ୍ୟକ୍ଷl ଶ୍ରୀମତୀ ସୀମା ଦାସ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଏସିଡିଓ ଶ୍ରୀ ଶାନ୍ତନୁ କୁମାର ନାୟକ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭିନ୍ନ ୱାର୍ଡର କାଉନସିଲର, ମିଶନ ଶକ୍ତି ର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।




