Breaking News

ଧରତିଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କଳାହାଣ୍ଡି ଜିଲ୍ଲା ରେ ଆରମ୍ଭ

 


କଳାହାଣ୍ଡି ଜିଲ୍ଲା:ମୋଦି ସରକାର ଙ୍କ ସଙ୍କଳ୍ପ , ଜନଜାତି ଙ୍କ ପାଖରେ ସରକାରୀ ଯୋଜନା ର ସଫଲ ରୁପାୟନ ପାଇଁ ଧରତିଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମରେ ପରିକଲ୍ପିତ ଯୋଜନା ରେ ଲାଭବାନ ହେବେ କଳାହାଣ୍ଡି ଜିଲ୍ଲା ର ୨୨୪ ଗ୍ରାମ ର ଜନଜାତି।ଧରତିଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ କଳାକାଣ୍ଡି ଜିଲ୍ଲା ୪୨୪ଟି ଆଦିବାସୀ ବହୁଳ ଗ୍ରାମରେ ଆରମ୍ଭ ହେବ ।ଗାଁ ମାନଙ୍କରେ ୧୩ ଟି ବିଭାଗ ଓ ୧୭ ଟି ମନ୍ତ୍ରଣାଳୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ ରହିଛି। ଜନଜାତି ଙ୍କୁ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଆତ୍ମନିର୍ଭରଶୀଳ କରିବ ଏହି ଯୋଜନା ।ଏହାର ସଫଳ ରୂପାୟନ ପାଇଁ ଆସନ୍ତା କାଲିଠାରୁ ୨୭ତାରିଖ ପର୍ଯ୍ୟନ୍ତ ୧୫ଦିନ ପର୍ଯ୍ୟନ୍ତ ସଚେତନତା କରାଯିବ। ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ଧରତିଆବା ଜନ ଭାଗୀଦାର କାର୍ଯ୍ୟକ୍ରମ ରହିବ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ସୁଫଳ ପାଇବାରୁ ବଂଚିତ ଥିବା ଜନଜାତି ମାନଙ୍କୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ଚିହ୍ନଟ କରାଯାଇ ସମ୍ପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button