ବ୍ରହ୍ମପୁର ଧର୍ମପ୍ରଦେଶ, ସ୍ୱାଦ ସଂସ୍ଥା ଏବଂ Excellent IAS Academy ମିଳିତ ଆନୁକୁଲ୍ୟରେ କ୍ୟାରିଅର କାଉନସେଲିଂ


ମୋହନା:୧୨/୦୬/୨୫(ସୁବିତ କୁମାର ନାୟକ)ଗଜପତି ଜିଲ୍ଲା ମୋହନା ଧର୍ମାଞ୍ଚଳ ଅନ୍ତର୍ଗତ ଅନୁଗ୍ରହ ପୀଠରେ ବ୍ରହ୍ମପୁର ଧର୍ମପ୍ରଦେଶ, SWAD ସଂସ୍ଥା ଏବଂ Excellent IAS Academy ମିଳିତ ଆନୁକୁଲ୍ୟରେ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ Excellent IAS Academy ର ସହ-ନିର୍ଦ୍ଦେଶିକା ସିଷ୍ଟର ଟେସି ଜାକୋବ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ୟାରିଅର ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିବା ସମୟରେ ମେଣ୍ଟର ସୁଭ୍ରଜିତ ନାଥ ବିଭିନ୍ନ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀ କିଭଳି ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତ ସହ ସଫଳତା ହାସଲ କରିପାରିବେ ତା ସମ୍ବନ୍ଧରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଅନୁଗ୍ରହ ପୀଠ ସଂଯୋଜକ ଫା. ଚିତ୍ତରଞ୍ଜନ ସେନାପତି ନିଜ ଅଭିଭାଷଣରେ କ୍ୟାରିୟର ଏକ ବ୍ୟକ୍ତି ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ତା ଉପରେ ଗୁରୁତ୍ୱାରୋପ କରିବା ସହ ସୁଯୋଗର ସତ୍ ବ୍ୟବହାର କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମରେ ବିଭିନ୍ନ ଧର୍ମାଞ୍ଚଳରୁ ବିଭିନ୍ନ ବିଭାଗରେ ସମୁଦାୟ ୪୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।




