Breaking News

ଆନାଳାଇଜର ମେସିନ ଟ୍ୟାମ୍ପରିଙ୍ଗ ଅଭିଯୋଗ କରି ଦୁଗ୍ଧ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ l

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ ଜିଲ୍ଲାରେ ଦିନ ଥିଲା ଗୋ ସମ୍ପଦ ଭରପୁର ଥିବାବେଳେ l ଜିଲ୍ଲାରେ ଦୁଗ୍ଧର ବନ୍ୟା ହେଉଥିଲା l ଓମଫେଡ ତରଫରୁ କେବଳ ଧଳପୁର ଠାରେ କ୍ଷୀର କିଣା ହେଉଥିଲା ଓ ଚାରିଛକ ଠାରେ କ୍ଷୀର ଶୀତଳୀ କରଣ ଭଣ୍ଡାର ଥିଲା l ଏମିତି ବାଟ ମରଣା ଓ ଶୋଷଣ କରିବାରୁ ବନ୍ଦ ହୋଇଯାଇଥିଲା l ପୂର୍ବ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସତ୍ୟ ରଞ୍ଜନ ସାହୁ ଙ୍କ ଉଦ୍ୟମ ରେ ଜିଲ୍ଲା ରେ ପୁଣି ଦୁଗ୍ଧ ସମବାୟ ସମିତି ଗଠନ କରାଯାଇ ଥିଲା l ସେହି ଦିନ ଠାରୁ ବିଗତ ତିନିବର୍ଷ ହେବ ଧଳପୁର ସାକୁସିଙ୍ଗା ଠାରେ ଏକ ସମିତି ଗଠନ କରି କ୍ଷୀରର ମୂଲ୍ୟ 50 ଟଙ୍କାରୁ ଅଧିକ ପାଉଥିଲେ l ଏବେ ଏକ ବର୍ଷରୁ ଅଧିକ ହେବ କ୍ଷୀରର ମାନ ମାପ ଯନ୍ତ୍ର ଖରାପ ଥିବା କହି ସମସ୍ତଙ୍କୁ 30ଟଙ୍କା ଦେଉଛନ୍ତି l ଯାହା ଫଳରେ ଚାଷୀ ମାନେ କ୍ଷତିରେ ପଡୁଛନ୍ତି l ଗାଈ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଲେନି l ଏଥି ନିମନ୍ତେ ଗତକାଲି ସମିତିରେ ଏକ ବୈଠକ ହୋଇଥିଲା l ବୈଠକକୁ ଓମଫେଡ ସୁପରଭାଇଜର ଅମୁଲ୍ୟ ଓଝାଙ୍କୁ ଡାକିଥିଲେ ମଧ୍ୟ ସେ ଆସିଲେ ନାହିଁ l ମୁଁ କିଛି କରିପାରିବିନାହିଁ ବୋଲି କହିଥିଲେ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କର ବୋଲି କହିଥିଲେ l ସଭାର ନିଷ୍ପତ୍ତି ପ୍ରକାରେ ପ୍ରାୟ 15ଜଣ ଚାଷୀ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଆସିଥିଲେ l ଜିଲ୍ଲାରେ ବିକାଶ ମେଳା ଚାଲିଥିବାରୁ କୌଣସି ଅଧିକାରୀଙ୍କୁ ଭେଟି ନ ପାରି କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦେଇ ନିରାଶ ହୋଇ ଫେରିଯାଇଛନ୍ତି l ଏପଟେ ଜିଲ୍ଲାରେ ବିକାଶ ମେଳା ଆୟୋଜନ ହେଉଥିବା ବେଳେ ସେପଟେ ଦୁଗ୍ଧ ଚାଷୀ ମାନେ ଠକେଇରେ ପଡି ଛଟପଟ ହେଉଛନ୍ତି l ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ସମାଧାନ କରି ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ନିରୀହ ଚାଷୀ l ବିଗତ ଦିନରେ ବିରନରସିଂପୁର ସମିତିର ଚାଷୀ ମାନେ ମଧ୍ୟ ଅଭିଯୋଗ କରି କୌଣସି ଫଳ ମିଳିନ ଥିବା ଶୁଣିବାକୁ ମିଳିଛି l ଯାହା ଖବର ରହିଛି ସାରା ଜିଲ୍ଲାରେ ଚାଷୀ ମାନଙ୍କୁ ଶୋଷୋଣ କରୁଥିବାର ଅଭିଯୋଗ ରହିଛି l ଏଣୁ ଜିଲ୍ଲାପାଳ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ଦୃଢ ପଦକ୍ଷେପ ଗ୍ରହଣ କରି ସମସ୍ତ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳିବା ପାଇଁ ନିବେଦନ କରିଛନ୍ତି l ସାକୁସିଙ୍ଗା ଦୁଗ୍ଧ ସମବାୟ ସମିତି ଚାଷୀ ପ୍ରତିନିଧି ଭାବେ ନନ୍ଦିକିଶୋର ସେଠି,ପ୍ରଭୁତ ମହାକୁଡ଼, ପ୍ରଣୟ ବାରିକ, ପାର୍ଥ ପାତ୍ର, ପବିତ୍ର ଗୁରୁ, ସୁବାସ ବାରିକ, ଦୁର୍ଯ୍ୟୋଧନ ମହାକୁଡ଼, ଅକ୍ଷୟ କୁମାର ବାରିକ, ବିନୟ ବାରିକ, ତନୁ ପ୍ରଧାନ,ପ୍ରଶାନ୍ତ କୁମାର ସାହୁ,ଭାସ୍କର ପାତ୍ର ପ୍ରମୁଖ ଆସି ଦାବିପତ୍ର ପ୍ରଦାନ କରିଥିଲେ l

Related Articles

Back to top button