Breaking News

ଜିଲ୍ଲା ସ୍ତରୀୟ ବିକାଶ ବାହନ ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରାଜ୍ୟର ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟ ବ୍ୟାପି ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏହି ସୁସଜ୍ଜିତ ବାହାନକୁ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର,ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ପ୍ରକାଶ,ଜିଲ୍ଲା ପରିଷଦ ଅଧକ୍ଷ୍ୟ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ବନଖଣ୍ଡ ଅଧିକାରୀ (ଦକ୍ଷିଣ ) ଆର. କଳାଇବନାନ, ବନଖଣ୍ଡ ଅଧିକାରୀ (ଉତ୍ତର )ଶ୍ରୀ ରମେଶ କୁମାର ବିସ୍ଣୋଇ, ଭବାନୀପାଟଣା ପୌରପାଳିକା ଅଧକ୍ଷ୍ୟ ଶ୍ରୀ ବିଷ୍ଣୁ ପ୍ରଧାନ, ବ୍ଲକ ଅଧ୍ଯକ୍ଷ ପ୍ରଫୁଲ୍ଲ ସାହୁ, ଭବାନୀପାଟଣା ବିଡିଓ ଚନ୍ଦନ ଭୋଇ,ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ମୁନିନ୍ଦ୍ରା ହୁଗାନା, ଜିଲ୍ଲା ସଂସୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଭବାନୀପାଟଣା ତହସିଲଦାର ସମେତ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ପ୍ରମୁଖ ଯୋଗଦେଇ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବିକାଶ ବାହାନ ରେ ଲୋକମାନଙ୍କ ସଚେତନତା ପାଇଁ ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ହେଉଥିବା ବେନର ପୋଷ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବ ସହିତ ଏଲ ଇ ଡି ଜରିଆରେ ବିଭିନ୍ନ ଯୋଜନା ସମ୍ଭନ୍ଧରେ ବିସ୍ତୃତ ସୂଚନା ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନତା କରାଯିବ। ଏତଦ ବ୍ୟତୀତ ରାଜ୍ୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ ଯୋଜନାର ଉପଲବ୍ଧି ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ଏହି କାର୍ଯ୍ୟକ୍ରମ ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button